fbpx

ହାତ ନଥିବା ମାଙ୍କଡକୁ ଖୁଆଇଦେଲେ ପୋଲିସ ବାବୁ

ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ମଣିଷଙ୍କ ସମେତ ପଶୁପକ୍ଷୀମାନେ ବି ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି । ଏହାରି ମଧ୍ୟରେ ଜଣେ ପୋଲିସ ବାବୁ ହାତ ନଥିବା ଜଣେ ମାଙ୍କଡକୁ କଦଳୀ ଖୁଆଇ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛନ୍ତି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ବାବୁଙ୍କୁ ଲୋକମାନେ ଭୁରି ଭୁରି ପ୍ରଂଶସା କରିବାରେ ଲାଗିଛନ୍ତି ।

ତେବେ ଟ୍ୱିଟରରେ ଖୁସବୁ ସୋନୀ ନାମକ ଜଣେ ୟୁଜର୍ସ ଏପ୍ରିଲ ୧୭ରେ ଏହି ଭିଡିଓକୁ ସେୟାର କରିଥିଲେ । ଭିଡିଓରେ ପୋଲିସ ବାବୁ ଥାନାରେ ବସି କାହା ସହ କଥା ହେଉଥିବା ମାଙ୍କଡକୁ କଦଳୀ ଖୁଆଉଥିବାର ଦେଖିବାକୁ ମିଳିଥିଲା । ମାଙ୍କଡିର ଦୁଇ ହାତ ନଥିବା ବେଳେ ପୋଲିସ ବାବୁ ନିଜର ଗୋଟିଏ ହାତରେ ଫୋନ୍ ଧରିଥିଲେ ତ ଆଉ ଗୋଟିଏ ହାତରେ ମାଙ୍କଡକୁ ଖୁଆଇ ଦେଉଥିଲେ ।

Get real time updates directly on you device, subscribe now.