fbpx

(Viral Video)ମୋ ସାଙ୍ଗରେ ପଙ୍ଗା ନେଲୁ, ନାମ ନେ… ରାଗରେ ଏମିତି ପ୍ରତିଶୋଧ ନେଇଗଲା ଗଛ

ସୋସିଆଲ ମିଡିଆରେ ଅନେକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପଶୁ ପକ୍ଷୀଙ୍କ ସମେତ ଛୋଟ ପିଲା ଏବଂ ଅନ୍ୟାନ୍ୟ ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । କିଛି ଭିଡିଓ ଖୁବ ମଜାଦାର ହୋଇଥାଏ, ଯାହା ଜୀବନରେ କିଛି ମୁହୂର୍ତ୍ତକୁ ରଙ୍ଗୀନ କରିଦେଇଥାଏ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ପାଲଟିଯାଏ ଏବଂ ଚର୍ଚ୍ଚାର ବିଷୟ ପାଲଟିଯାଏ । ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ କେହି ନିଜ ହସ କଣ୍ଟ୍ରୋଲ କରି ପାରିବେନି । କିନ୍ତୁ ୟା ଭିତରେ ଏକ ବଡ ଶିକ୍ଷା ମଧ୍ୟ ଦେଇଛି ଏହି ଭିଡିଓ ।

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଭିଡିଓଟିକୁ ନିଜ ଟ୍ୱିଟର ଆକାଉଣ୍ଟରେ ଅପଲୋଡ କରିଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି, ଯଦି ଆପଣ ଗଛ କାଟୁଛନ୍ତି, ତେବେ ସେମାନେ ମଧ୍ୟ ଏହା ପାଇଁ ଚୁପ ବସିବେ ନାହିଁ । ଏହି ଭିଡିଓ ିଭତରେ ଏକ ସୁନ୍ଦର ଏବଂ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମେସେଜ ଲୁଚି ରହିଛି । ଗଛ କାଟିବା ପରେ ଜଣେ ବ୍ୟକ୍ତିଙ୍କ ସହ ଯାହା ଘଟିଛି, ତାହାକୁ ଗଛର ପ୍ରତିଶୋଧ ବୋଲି କହିଛନ୍ତି ଆନନ୍ଦ ମହିନ୍ଦ୍ରା ।

ଭାଇରାଲ ହେଉଥିବା ଏହି ଭିଡିଓରେ ତିନି ଜଣ ଏକ ଗଛ କାଟୁଥିବାର ଦେଖିବାକୁ ମିଳିଛି । କିନ୍ତୁ ପରେ ଗଛ ସେମାନଙ୍କ ଭିତରୁ ଜଣେ ବ୍ୟକ୍ତିଙ୍କ ଉପରେ ପ୍ରତିଶୋଧ ନେଇଛି । କାଟି ଦେବା ପରେ ଗଛ ତଳେ ପଡୁଥିବା ସମୟରେ ଜଣକୁ ଆହତ କରିଦେଇଛି । ଗଛଟି ଏହି ବ୍ୟକ୍ତିଙ୍କୁ ଉଠାଇ ଫିଙ୍ଗି ଦେଇଥିବା ଏହି ଭିଡିଓରେ ଦେଖାଯାଇଛି । ଆନନ୍ଦ ମହିନ୍ଦ୍ରାଙ୍କର ଏହି ଭିଡିଓକୁ ଅନେକ ଲୋକ ଖୁବ ପସନ୍ଦ କରିଥିବା ବେଳେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ତେବେ ଏହି ଭିଡିଓ ଅନେକ ଲୋକଙ୍କୁ ପ୍ରୋତ୍ସାହନ ଦେଇଥିବ ବୋଲି କୁହାଯାଉଛି ।

 

Get real time updates directly on you device, subscribe now.