fbpx

କାଶୀ ବିଶ୍ୱନାଥ ମନ୍ଦିରରେ ନମାଜ ପଢିଲେ ମହିଳା: ଜାଣନ୍ତୁ କଣ ହେଲା ପରର ଘଟଣା….

ବାରଣାସୀ: ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ଗେଟ ନିକଟରେ ହଠାତ ଚଳଚଞ୍ଚଳ ସୃଷ୍ଟି ହୋଇଯାଇଛି । ଅଚାନକ ମନ୍ଦିର ପରିସରରେ ଜଣେ ମହିଳା ନମାଜ ପଢିବାକୁ ଆରମ୍ଭ କରିବାରୁ ଏଠାରେ ଏପରି ପରିସ୍ଥିତି ଉପୁଜିଛି । ତେବେ ଅନେକ ସମୟ ଅପେକ୍ଷା କରିବା ପରେ ଶେଷରେ ପୋଲିସ ମହିଳାଙ୍କୁ ଉଠାଇ ନେଇଥିବା ଦେଖିବାକୁ ମିଳିଛି । ମହିଳାଜଣକଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଏହି ସମୟରେ କେହି ତାଙ୍କୁ ବିରୋଧ ମଧ୍ୟ କରି ନାହାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ମାହୋଲ ରହିଛି ।

काशी विश्वनाथ मंदिर के गेट पर नमाज पढ़ती महिला

ସୂଚନା ଅନୁସାରେ, କାଶୀ ବିଶ୍ୱନାଥ ମନ୍ଦିରର ୪ ନମ୍ବର ଗେଟ ସମ୍ମୁଖରେ ଜଣେ ମହିଳା ନମାଜ ପଢୁଥିବାର ନଜର ଆସିଥିଲେ । ତେବେ ମହିଳାଜଣକ ବାରଣାସୀ ଜେତପୁରା ଥାନା ଅଞ୍ଚଳର ଆଇସା ବୋଲି ଜଣାଯାଇଛି । ବିଶ୍ୱନାଥ ମନ୍ଦିର ବାହାରେ ନମାଜ ପଢିବା ଘଟଣାକୁ ନେଇ ମହିଳାଙ୍କୁ ଅଟକ ରଖିଛି ପୋଲିସ । ତେବେ ମହିଳା ଜଣକ ମାନସିକ ଅସୁସ୍ଥ ବୋଲି କହିଛି ପୋଲିସ ।

ଦୀର୍ଘ ସମୟ ଧରି ଆଇସା ନମାଜ ପଢୁଥିବାର ଦେଖିବା ପରେ ପୋଲିସ ଜବରଦସ୍ତି ତାଙ୍କୁ ସେଠାରୁ ଉଠାଇ ନେଇଛି । ତେବେ ମହିଳାଙ୍କ ଏପରି ବ୍ୟବହାରକୁ ସେଠାରେ କେହି ବିରୋଧ କରି ନାହାନ୍ତି । ଏହା ବ୍ୟତୀତ ଘଟଣାସ୍ଥଳରେ କୌଣସି ଗଣ୍ଡଗୋଳ କିମ୍ବା ଉତ୍ତେଜନାମୂଳକ ସ୍ଥିତି ମଧ୍ୟ ଉପୁଜିନାହିଁ । ଫରେ ସେଠାରେ ପରିସ୍ଥିତି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଛି ।

Get real time updates directly on you device, subscribe now.