fbpx

ଆମ୍ ଆଦମୀ ପାର୍ଟୀ ସଞ୍ଜୟ ସିଂହଙ୍କୁ ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

Advertisement

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟୀ ସାଂସଦ ସଞ୍ଜୟ ସିଂହଙ୍କୁ ରାଜ୍ୟସଭାରେ ଆପ ସଂସଦୀୟ ଦଳର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ ଯିବା ପରେ ସଞ୍ଜୟ ସିଂହଙ୍କ ଉପରେ ପାର୍ଟୀର ଦାୟିତ୍ୱ ଦିଆଯାଇଥିଲା ।

ନିକଟରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ମାମଲାରେ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରାଜ୍ୟସଭାରେ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି ଯେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସୁପ୍ରିମକୋର୍ଟଙ୍କୁ ବିଭ୍ରାନ୍ତ କରୁଛି ଏବଂ ରାଜନୈତିକ ବିରୋଧୀଙ୍କୁ ଜେଲରେ ରଖିବାର ଏକମାତ୍ର କାରଣ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି।

Get real time updates directly on you device, subscribe now.