ମନ ମୋହିନେଲେ ମୋହିନୀ ! ରେହମାନଙ୍କ ମ୍ୟୁଜିକ ଟିମର ମେମ୍ବର ସ୍ୱାମୀଙ୍କଠାରୁ ହେଲେ ଅଲଗା, ସୋସିଆଲ ମିଡିଆ ପୋଷ୍ଟରେ କହିଲେ ଏମିତି…

ନୂଆଦିଲ୍ଲୀ: ଭାରତୀୟ ସଙ୍ଗୀତ ଜଗତର ବେଶ୍ ନାମକରା ଗାୟକ ଏ.ଆର. ରେହମାନଙ୍କ ବିବାହ ବିଚ୍ଛେଦ ଖବର ଆଶ୍ଚର୍ଯ୍ୟ କଲାଭଳି ଥିଲା । ୨୯ ବର୍ଷର ବିବାହ ବନ୍ଧନରେ ପୂର୍ଣ୍ଣଚ୍ଛେଦ ପକାଇବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନ ଥିବାବେଳେ ଏବେ ଆଉ ଏକ ଖବର ନେଇ ଚର୍ଚ୍ଚା ଜୋର ଧରିଛି । ରେହମାନଙ୍କ ଡିଭୋର୍ସ ଭୋଷଣାର ମାତ୍ର ୨୪ ଘଣ୍ଟା ଭିତରେ ଆଉ ଏକ ବିବାହ ବିଚ୍ଛେଦ ଖବର ସାମ୍ନାକୁ ଆସିଛି । ଯାହା ପାଇଁ ଏବେ ଚାରିଆଡ଼େ ଚର୍ଚ୍ଚା । ରେହମାନଙ୍କ ମୁ୍ୟଜିକ ଟିମ୍ରେ କାମ କରୁଥିବା ମୋହିନୀ ଦେ’ ସ୍ୱାମୀ ମାର୍କ ହାର୍ଟଟଚଙ୍କୁ ଦେବାକୁ ଯାଉଛନ୍ତି ଛାଡ଼ପତ୍ର । ଏ ନେଇ ମୋହିନୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି ।

ଗଭୀର ହୃଦୟରସହ ମୁଁ ଏଇ କଥା କହିବାକୁ ଯାଉଛି ଯେ, ଆମେ ଆପୋଷ ବୁଝାମଣାରେ ପରସ୍ପରଠାରୁ ଅଲଗା ହୋଇଯାଇଛୁ । ଏଇ କିଛିଦିନରେ ଆମେ ଅନୁଭବ କଲୁଯେ, ଆମର ଆବଶ୍ୟକତା ସମ୍ପୂର୍ଣ୍ଣ ଭାବେ ଭିନ୍ନ । କିନ୍ତୁ ଆମ ଭିତରେ ଥିବା ବନ୍ଧୁତାକୁ ଆମେ ବଜାୟ ରଖିବୁ ଏବଂ ଆବଶ୍ୟକ ପଡ଼ିଲେ ଏକାଠି କାମ ମଧ୍ୟ କରିବୁ ବୋଲି ମୋହିନୀ ନିଜ ପୋଷ୍ଟରେ ଲେଖିଛନ୍ତି । ଏଥିସହ ତାଙ୍କ ପର୍ସନାଲ ଲାଇଫକୁ ଜଜ ନ କରିବା ପାଇଁ ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

ଏ ଖବରକୁ ନେଇ ଚର୍ଚ୍ଚା ହେବାର କାରଣ ଗୋଟିଏ ଟିମରେ କାମ କରୁଥିବା ୨ ଜଣ ସଦସ୍ୟ ଏକାଥରକେ ନିଜ ନିଜ ପାର୍ଟନରଙ୍କଠାରୁ ଅଲଗା ହେବା ଚିନ୍ତାରେ ପକାଇ ଦେଉଛି । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ମଧ୍ୟ ଆଲୋଚନା ହେଉଛି । କେହି କେହି କହିବା ଆରମ୍ଭ କଲେଣି ଯେ,ମୋହିନୀଙ୍କ ପାଇଁ ରେହମାନ ସ୍ତ୍ରୀ ସାୟରାଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନସୁଦ୍ଧା ରେହମାନଙ୍କ ଡିଭୋର୍ସର କାରଣ ଜଣାପଡ଼ି ନାହିଁ, କି ତାଙ୍କ ନିକଟରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସୂଚନା ଯୋଗ୍ୟ ରେହମାନ ଓ ସାୟରାଙ୍କର ପ୍ରେମ ବିବାହ ଥିଲା । ସାୟରାଙ୍କୁ ବାହାହେବା ଲାଗି ରେହମାନ ଇସଲାମ ଧର୍ମ ଗ୍ରହଣ କରିଥିଲେ ।