ଡାକ୍ତରୀ ଟିମ୍ ସୁପାରିସରେ ହୋଇପାରିବ ଗର୍ଭପାତ: ହାଇକୋର୍ଟ

କଟକ,୯ ।୪(ଓଡିଶା ଭାସ୍କର): ଦୁଷ୍କର୍ମ ପୀଡିତା ନାବାଳିକାଙ୍କ ଗର୍ଭପାତ ଆବେଦନ ଉପରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ହାଇକୋର୍ଟ । ପୀଡିତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ବିଚାରପତି ଓ ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଖଣ୍ଡପୀଠ ଅନୁସାରେ, ମାନସିକ ଭାବେ ସନ୍ତାନ ଧାରଣ ଚାହୁଁନଥିଲେ ଗର୍ଭପାତ କରିପାରିବେ । ଡାକ୍ତରୀ ଟିମ୍ ଗଠନ ପାଇଁ ଏସସିବି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଡାକ୍ତରୀ ଟିମ୍ ସୁପାରିସ୍ କଲେ ଗର୍ଭପାତ କରାଇବାକୁ ଏସସିବିକୁ ନିର୍ଦ୍ଦେଶ ଦିଆଯାଇଛିି । କାଲି ଦିନ ୧୨ଟା ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ତେବେ ଆସନ୍ତା ୧୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୁରୀ ଅଞ୍ଚଳର ଘଟଣାରେ ପୀଡିତାଙ୍କ ବାପା-ମା’ ଗର୍ଭପାତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।