fbpx

ବିଚାରପତିଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଲେ ଏସପି: କହିଲେ ପରିପାର୍ଶ୍ଵିକ ସ୍ଥିତିରୁ ଜଣାପଡ଼ୁଛି ଆତ୍ମହତ୍ୟା

କଟକ (ଓଡ଼ିଶା ଭାସ୍କର): କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା ମାମଲାରେ ଏସିପିଙ୍କ ପ୍ରତିକ୍ରିୟା । ଏସିପି କହିଛନ୍ତି ଯେ ପରିପାର୍ଶ୍ଵିକ ସ୍ଥିତିରୁ ଏହା ଆତ୍ମହତ୍ୟା ଭଳି ଜଣାପଡ଼ୁଛି ।

ସେ କହିଛନ୍ତି ବେକରେ ଦାଗ ରହିଛି । ସାଧାରଣତଃ ଆତ୍ମହତ୍ୟା କଲେ ଏଭଳି ଦାଗ ସୃଷ୍ଟି ହୋଇଥାଏ । ତେଣୁ ଏହା ଆତ୍ମହତ୍ୟା ଭଳି ଜଣାପଡ଼ୁଛି । ତେବେ ଅଧିକ ତଦନ୍ତ ହେଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସିପି । ଘରେ କେହି ନଥିବା ବେଳେ ଏଭଳି ଘଟଣା ଘଟିଛି । ପତ୍ନୀ ଘରେ ନଥିଲେ । ପରେ ଘରକୁ ଫେରି ପତ୍ନୀ ଝୁଲନ୍ତା ମୃତଦେହ ଦେଖିଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ଏକ ରଶି ଜବତ ହୋଇଛି, ପରୀକ୍ଷା ପାଇଁ ପଠାଯିବ । ଏହାସହ ଫରେନସିକ୍ ଯାଞ୍ଚ ମଧ୍ୟ ହେଉଛି ବୋଲି ସୂଚନା ଦେଇଛନ୍ତି ଏସପି ।

ସୂଚନାଯୋଗ୍ୟ, ଶୁକ୍ରବାର କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ବିଚାରପତି ଗତ ଦୁଇ ଦିନ ଧରି ଛୁଟିରେ ଥିଲେ ଏବଂ ଆଜି କାର୍ଯ୍ୟରେ ଯୋଗଦେବାର ଥିଲା କିନ୍ତୁ ସେ ଆଜି ପୁଣି ଛୁଟିନେଇଥିଲେ । ଆଉ ମଧ୍ୟାହ୍ନରେ ତାଙ୍କର ଆତ୍ମହତ୍ୟା ନେଇ ଖବର ଆସିଥିଲା ।

Get real time updates directly on you device, subscribe now.