fbpx

(Video)ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ: ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ‘ବାବୁସାନ୍’

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଷ୍ଟାର କଳିକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ଚେନ୍ନାଇ ଯାଇ ‘ଦମନ’ ଟିମ୍ ସହ ବାବୁସାନ୍ ଫେରିନଥିବାରୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା । ଏହାରି ମଧ୍ୟରେ ସବୁ ପ୍ରତୀକ୍ଷାର ଅନ୍ତ ଘଟଣା ଶେଷରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଅଭିନେତା ବାବୁସାନ୍ ମହାନ୍ତି । ଚେନ୍ନାଇରୁ ବିମାନ ଯୋଗେ ଆସି ସେ ଭୁବନେଶ୍ୱରରେ ପହଞ୍ଚିଥିବା ଜଣାପଡିଛି । ବିବାଦରେ ଫସିଥିବା ବାବୁସାନ କ’ଣ କହିବେ, ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ଅନ୍ୟପଟେ ଗତକାଲି ଖାରବେଳନଗର ପୋଲିସ ବାବୁସାନଙ୍କ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ଘରକୁ ଯାଇ ଘଣ୍ଟାଏ ଧରି ପ୍ରଶ୍ନ ପଚାରିଥିବା ସୂଚନା ମିଳିଥିଲା । ବାବୁସାନ, ତାଙ୍କ ପତ୍ନର ତୃପ୍ତି ଓ ବାନ୍ଧବୀ ପ୍ରକୃତିଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ କେଉଁ ଦିଗକୁ ଯିବ, ତାହା ଦେଖିବାକୁ ବାକି ରହିଛି । ତେବେ ବିମାନବନ୍ଦରରୁ ସିଧାସଳଖ ଘରକୁ ଯାଇପାରନ୍ତି ବାବୁସାନ୍ ।

Get real time updates directly on you device, subscribe now.