fbpx

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ଧର୍ମେନ୍ଦ୍ର, ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ପରିବାର ସୂତ୍ରରୁ ପ୍ରକାଶ

ମୁମ୍ବାଇ: ବଲିଉଡ୍ ର ବରିଷ୍ଠ ଅଭିନେତା ଧମେନ୍ଦ୍ର ମୁମ୍ବାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତ ସପ୍ତାହରେ ଧର୍ମେନ୍ଦ୍ରଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । ରିପୋର୍ଟ ମୁତାବକ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା । ଆଜି ସକାଳୁ ତାଙ୍କୁ ଆଇସିୟୁରୁ ବାହାରକୁ ଅଣାଯାଇଛି । ଏବେ ସେ ପୁର୍ବ ଅପେକ୍ଷା ସୁସ୍ଥ ଥିବା ସୂଚନା ମିଳିଛି ।

ଧର୍ମେନ୍ଦ୍ରଙ୍କ ପରିବାର ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ଧର୍ମେନ୍ଦ୍ର କିଛି ଦିନ ତଳେ ଅସୁସ୍ଥ ହୋଇ ଯିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ଭଲ ଅନୁଭବ କରୁଛନ୍ତି। ଏବଂ ଧୀରେ ଧୀରେ ସୁସ୍ଥ ହେଉଛି । ବର୍ତ୍ତମାନ ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱବଧାନରେ ରଖାଯାଇଛି ଏବଂ ଦିନେ କିମ୍ବା ଦୁଇ ଦିନ ଡିସଚାର୍ଜ କରାଯିବ। ଚିନ୍ତା କରିବାର କିଛି ନାହିଁ ।’

Get real time updates directly on you device, subscribe now.