fbpx

ନିଜର ମୃତ୍ୟୁ ପ୍ରମାଣପତ୍ର ହଜିଥିବା ନେଇ ବିଜ୍ଞାପନ: ଭାଇରାଲ ହେଉଛି ଫଟୋ

ଆସାମ: ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି । କିଏ ଏହି ସୋସିଆଲ ମିଡିଆରୁ ଷ୍ଟାର ବନୁଛନ୍ତି ତ ଆଉ କିଏ ମଜାଳିଆ କଥା କହି ଲୋକଙ୍କୁ ହସାଉଛନ୍ତି । ତେବେ ପ୍ରତ୍ୟେକ ଦିନ ଏହି ସୋସିଆଲ ମିଡିଆରେ କିଛି ନା କିଛି ଘଟଣା ଭାଇରାଲ ହେବାର ଲାଗିଛି । ଯାହାକୁ ନେଇ କିଛି ସୋସିଆଲ ମିଡିଆ ୟୁଜର୍ସମାନେ ଟ୍ରୋଲ କରିଥାନ୍ତି ତ ଆଉ କିଛି ଏହାକୁ ଭାଇରାଲ କରି ତାର ମଜା ନେଇଥାନ୍ତି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଭାଇରାଲ ହେବର ଲାଗିଛି । ଯେଉଁ ବିଜ୍ଞାପନ ବିଷୟରେ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ବିଜ୍ଞାପନ ବିଷୟରେ ।

ତେବେ ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଅଜବ ଘଟଣା ଦେଖିବାକୁ ମିଳିଥାଏ । ତେବେ ନିକଟରେ ସେହିପରି ଏକ ମଜାଳିଆ ଏବଂ ଆଶ୍ଚର୍ଯ୍ୟ କର ଖବର ଭାଇରାଲ ହେବାର ଲାଗିଛି । ତେବେ ଜଣେ ବ୍ୟକ୍ତି ତାଙ୍କ ମୃତ୍ୟୁ ପ୍ରମାଣପତ୍ର ହଜିଯାଇଥିବା ଏକ ଖବରକାଗଜରେ ବିଜ୍ଞାପନ ଦେଇଛନ୍ତି ଏଥି ସହିତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ମାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଆନ୍ତି ତେବେ ତାଙ୍କୁ ଫେରେଇ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆ ଚର୍ଚ୍ଚା ହେବା ସହ ଏହି ବିଜ୍ଞାପନ ଭାଇରାଲ ହେବାର ଲାଗିଛି ।

ତେବେ ଏହି ବିଜ୍ଞାପନଟି ଆସାମର ହୋଜାଇ ଜିଲ୍ଲା ଅର୍ନ୍ତଗତ ଲାମଡିଙ୍ଗର ସିମୁଲତାଲାର ବାସିନ୍ଦା ରଞ୍ଜିତ ଚକ୍ରବର୍ତ୍ତୀ ନାମକ ଜଣେ ବ୍ୟକ୍ତି ଛାପିଥିବା ଜଣାପଡିଛି । ତେବେ ତାଙ୍କ ମୃତ୍ୟୁ ପ୍ରମାଣ ପତ୍ର ୭.୦୯.୨୨ ତାରିଖରେ ଲାମଡିଙ୍ଗର ବଜାରରେ ହଜି ଯାଇଥିଲା ।ଏହାପରେ ସେ ଏକ ବିଜ୍ଞାପନ ଦେଇଥିଲେ । ଯେଉଁଥିରେ ମୃତ୍ୟୁ ପ୍ରମାଣପତ୍ରର ପଞ୍ଜିକରଣ ନମ୍ବର, ନାମ ଏବଂ ଠିକଣା ମଧ୍ୟ ଲେଖାଥିଲା । ତେବେ ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ ନେଇ ଅନେକ ମଜା ମଜା କମେଣ୍ଟ କରିଥିବା ଜଣାପଡିଛି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବିଜ୍ଞାପନକୁ ନେଇ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ଏଥିରେ ଏକ ମଜାଳଇଆ ଢଙ୍ଗରେ ଟ୍ୱିଟ୍ କରି କହିଛନ୍ତି ଯେ ଏହା କେବଳ ଭାରତରେ ହିଁ ଘଟୁଛି । ଏଥି ସହିତ, ଅନ୍ୟ ଲୋକମାନେ ଏହା ଉପରେ ମଜା କରି କହିଛନ୍ତି ଯେ ଏହି ବ୍ୟକ୍ତି ଜଣକ କଣ ସ୍ୱର୍ଗରୁ ଥାଇ ତାଙ୍କର ମୃତ୍ୟୁ ପ୍ରମାଣପତ୍ର ହଜାଇଥିବା ସୂଚନା ଦେଇଛନ୍ତି । ସେହିପରି ଆଉ କିଛି ୟୁଜର୍ସମାନେ କହିଛନ୍ତି ଯେ ଯଦି ତାଙ୍କର ହଜିଥିବା ମୃତ୍ୟୁ ପ୍ରମାଣପତ୍ର ମିଳିଯାଏ ତେବେ ଏହି ପ୍ରମାଣପତ୍ର ଦେବାକୁ କେଉଁଠାକୁ ଯିବାକୁ ପଡିବ ।

Get real time updates directly on you device, subscribe now.