fbpx

IPL 2025: ଗୁଜରାଟ ଟାଇଟନ୍ସର ୧୨,୫୫୦ କୋଟିର ଅଂଶଧନ କ୍ରୟ କରିବା ଲକ୍ଷ୍ୟରେ ଅଦାନୀ ଓ ଟୋରେଣ୍ଟ ଗ୍ରୁପ-ରିପୋର୍ଟ

ନୂଆଦିଲ୍ଲୀ: ଇଣ୍ଡିଆ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଇପିଏଲ ୨୦୨୫ରେ ଗୁଜରାଟ ଟାଇଟନ୍ସର ଅଂଶଧନ କ୍ରୟ କରିବା ଲକ୍ଷ୍ୟରେ ରହିଛନ୍ତି ଅଦାନୀ ଓ ଟୋରେଣ୍ଟ ଗ୍ରୁପ । ଗୌତମ ଅଦାନୀ ଗୁଜରାଟ ଟାଇଟନ୍ସ ଫ୍ରାଞ୍ଚାଇଜର ମାଲିକ ସିଭିସି କ୍ୟାପିଟାଲ୍ସ ପାର୍ଟନର୍ସ ଠାରୁ ଏକ ବୃହତ ପରିମାଣର ଅଂଶଧନ ଅଧିଗ୍ରହଣ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ସିଭିସି କ୍ୟାପିଟାଲ୍ସ ପାର୍ଟନର୍ସ ଗୁଜରାଟ ଟାଇଟନ୍ସ ଫ୍ରାଞ୍ଚକୁ ୫,୬୨୫ କୋଟି ଟଙ୍କାରେ ଗତ ୨୦୨୧ରେ କିଣିଥିଲା ।

ତେବେ ଏକ ରିପୋର୍ଟ ମୁତାବକ, ଉଭୟ ଅଦାନୀ ଗ୍ରୁପ ଓ ଟୋରେଣ୍ଟ ଗ୍ରୁପ ଆଇପିଏଲ ୨୦୨୫ରେ ଗୁଜରାଟ ଟାଇନ୍ସକୁ କ୍ରୟ କରିବା ଲକ୍ଷ୍ୟରେ ରଖିଛନ୍ତି । ଅଳ୍ପ ସମୟ ମଧ୍ୟରେ ଗୁଜରାଟ ଟାଇନ୍ସ ବହୁମାତ୍ରାରେ ଉନ୍ନତି କରିପାରିଛି । ବର୍ତ୍ତମାନ ସମୟରେ ଏହି ଫ୍ରାଞ୍ଚାଇଜର ଭାଲ୍ୟୁ ୧ ବିଲିୟନ ଡଲାରରୁ ୧.୫ ବିଲିୟନ ଡଲାର ମଧ୍ୟରେ ରହିଛି । ଏନେଇ ଦିନ ଇକୋନୋମିକ୍ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି । ୩ ବର୍ଷ ପୂର୍ବେ ଏହି ଟିମ୍ ଆଇପିଏଲରେ ଏଣ୍ଟ୍ରି କରିବା ସହ ଉସ୍କ ସଂସ୍କରଣରେ ଚାମ୍ପିୟନ ହୋଇଥିଲା । ତେଣୁ ଉଚ୍ଚକୋଟୀର ପ୍ରଦର୍ଶନ କାରଣରୁ ଏହି ଫ୍ରାଞ୍ଚାଇଜର ଭାଲ୍ୟରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି । ସେଥିପାଇଁ ଏହି ଟିମରେ ଅର୍ଥ ନିବେଶ କରିବାକୁ ଅନେକ ନିବେଶକ ବେଶି ପସନ୍ଦ କରୁଥିବା ଦେଖାଯାଉଛି ।

ଆସନ୍ତା ବର୍ଷ ଫେବୃଆରୀରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନୂଆ ଟିମଙ୍କ ପ୍ରବେଶ କଟକଣାକୁ ହଟାଇବାର ସମ୍ଭାବନା ରହିଛି । ଏଥିସହିତ ସେମାନଙ୍କୁ ଅଂଶଧନ ବିକ୍ରି ନେଇ ଅନୁମତି ମଧ୍ୟ ଦେଇପାରେ । ଏପରି ସ୍ଥିତିରେ ଅଦାନୀଙ୍କ ପରି ନିବେଶକମାନେ ଆଇପିଏଲରେ ପ୍ରଥମ ଥର ପାଇଁ ନିବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଅଦାନୀ ଗ୍ରୁପ ପୂର୍ବରୁ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ)ରେ ନିଜକୁ ସାମିଲ କରିଥିଲା । ୨୦୨୩ରେ ଅଦାନୀ ଗ୍ରୁପ ଗୁଜରାଟ ଟାଇଟନ୍ସ ଫ୍ରାଞ୍ଚାଇଜକୁ ୧୨୮୯ କୋଟିରେ କ୍ରୟ କରିଥିଲା । ତେଣୁ ଏବେ ଅଦାନୀ ଗ୍ରୁପ ଏବେ କ୍ରୀଡ଼ା କ୍ଷେତ୍ରରେ ନିଜର ସକ୍ରିୟତାକୁ ବିସ୍ତାର କରିବାକୁ ଯୋଜନା କରୁଛି । ୨୦୨୧ରେ ଅଦାନୀ ଗ୍ରୁପ ଗୁଜରାଟ ଟାଇନ୍ସର ମାଲିକାନା ଗ୍ରହଣ ପାଇଁ ୫୧୦୦ କୋଟିର ବିଡ୍ ଦାଖଲ କରିଥିବା ବେଳେ ଟୋରେଣ୍ଟ ଗ୍ରୁପ ଫ୍ରାଞ୍ଚାଇଜ ପାଇଁ ୪,୬୫୩ କୋଟି ଟଙ୍କାର ବିଡ୍ ଦାଖଲ କରିଥିଲା ।

Get real time updates directly on you device, subscribe now.