fbpx

ଆଦିତ୍ୟଙ୍କ ରିସେପସନରେ ତାରକାଙ୍କ ଭିଡ଼

Advertisement

ନୂଆଦିଲ୍ଲୀ, ୩ା୧୨: କିମ୍ବଦନ୍ତୀ ବଲିଉଡ୍ ଗାୟକ ଉଦିତ ନାରାୟଣଙ୍କ ପୁତ୍ର ତଥା ସିଙ୍ଗର ଆଦିତ୍ୟ ନାରାୟଣଙ୍କର ରିସେପସନ୍ ପାର୍ଟି ମହାଆଡ଼ମ୍ବରରେ ସହକାରେ ଅନୁଷ୍ଠିତ ହୋଇଯାଇଛି । ଆଦିତ୍ୟ ତାଙ୍କର ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି । ଏହି ଗ୍ରାଣ୍ଡ ପାର୍ଟିରେ ବଲିଉଡ୍ ସମେତ ଟେଲିଭିଜନ ଜଗତର ବହୁ ନାମିଦାମୀ କଳାକାରଙ୍କର ସମାଗମ ପାର୍ଟିର ଆକର୍ଷଣକୁ ବହୁଗୁଣିତ କରିଥିଲା । ନବେ ଦଶକରେ ନିଜର ସ୍ୱରର କୁକୁକ ଯାଦୁରେ କୋଟି କୋଟି ଶ୍ରୋତାଙ୍କ ହୃଦୟକୁ ଜିତିପାରିଥିବା ଉଦିତ ନାରାୟଣ ଏକ ଭିନ୍ନ ନଜରେ ଆସିବା ସହ ଡ୍ୟାନ୍ସ କରୁଥିବାର ଦେଖାଯାଇଥିଲା । କିଛିଦିନ ପୂର୍ବରୁ ଡ୍ରଗ୍ସ ମାମଲାରେ ଛନ୍ଦିହୋଇଥିବା ହର୍ଷ ଲିମ୍ବାଚିଆ ଓ ଭାରତୀ ସିଂହଙ୍କୁ ମଧ୍ୟ ଏହି ପାର୍ଟିରେ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.