ଅଗ୍ନିବୀର ବାୟୁ ପଦବୀ ପାଇଁ ଆବେଦନ ଆହ୍ୱାନ, ଏଇମାନେ କରିପାରିବେ Apply

ଅଗ୍ନିବୀର ବାୟୁ ସେନା ପଦବୀ ପୂରଣ ପାଇଁ ବାହାରିଛି ପଦବୀ; ଉଭୟ ମହିଳା ଓ ପୁରୁଷ ଆବଦେନ କରିପାରିବେ

ନୂଆଦିଲ୍ଲୀ- ଅଗ୍ନିପଥ ଯୋଜନାରେ ଭାରତୀୟ ବାୟୁସେନା ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗ୍ରହୀ ଚାକିରି ଆଶାୟୀ ଏନେଇ ବିସ୍ତୃତ ଭାବେ ଜାଣିବା ପାଇଁ ଆଧିକାରିକ ୱେବସାଇଟ agnipathvayu.cdac.inକୁ ଭିଜିଟ କରିପାରିବେ ।

ଅଗ୍ନିବୀର ବାୟୁ ସେନା ପଦବୀ ପୂରଣ ପାଇଁ ବାହାରିଥିବା ପଦବୀ ପାଇଁ ଉଭୟ ମହିଳା ଓ ପୁରୁଷ ଆବଦେନ କରିପାରିବେ । ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାଶ ରହିଛି । ଏହି ନିଯୁକ୍ତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ନେବା ଜରୁରୀ ।

ଭାରତୀୟ ବାୟୁସେନାର ଅଫିସିଆଲ ୱେବସାଇଟ agnipathvayu.cdac.inକୁ ଆବେଦନ କରିପାରିବେ । ଏହି ଲିଙ୍କରେ କ୍ଲିକ କରିବା ପରେ ହୋମ ପେଜରେ ଥିବା ଏଏଫ ଅଗ୍ନିବୀରବାୟୁ ରିକ୍ରୁଇଟମେଣ୍ଟ ୨୦୨୫ରେ କ୍ଲିକ କରିବାକୁ ହେବ ।

ତେବେ ଏହି ସବୁ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୭ ଜାନୁଆରୀ ୨୦୨୫ରୁ ଆରମ୍ଭ ହେଉଛି । ଏହି ପ୍ରିକ୍ରିୟା ୨୭ ଜାନୁଆରୀ ୨୦୨୫ ଯାଏ ଚାଲିବ ।

ନିଯୁକ୍ତି ପାଇଁ ୨୨ ମାର୍ଚ୍ଚ ୨୦୨୫ରେ ସିଲେକ୍ସନ ପରୀକ୍ଷା ହେବ ।

ଯୋଗ୍ୟତା- କେନ୍ଦ୍ରୀୟ, ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷା ବୋର୍ଡରୁ ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀରେ ୫୦ ପ୍ରତିଶତ ରଖି ପାଶ କରିଥିବେ ।

ବୟସ ସୀମା- ଏହି ପଦବୀ ସବୁ ପାଇଁ ସର୍ବନିମ୍ନ ବୟସ ସୀମା ୧୭ ରହିଥିବା ବେଳେ ସର୍ବାଧିକ ବୟସ ୨୧ ରଖାଯାଇଛି ।

ଆବେଦନ ଶୁଳ୍କ- ଅଗ୍ନିବୀର ବାୟୁସେନା ନିଯୁକ୍ତି ପାଇଁ ସବୁ ବର୍ଗର ଆବେଦନ ଶୁଳ୍କ ୫୫୦ ଟଙ୍କା ରହିଛି ।

ଚୟନ ପ୍ରକ୍ରିୟା- ନିୟୁକ୍ତି ପାଇଁ ଉଭୟ ଶାରୀରିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।