fbpx

Wimbledon Open ଇତିହାସର ଏକ ବଡ଼ ବିପର୍ଯ୍ୟୟ! ୩୦ ବର୍ଷ ପରେ ପ୍ରଥମ ରାଉଣ୍ଡରୁ ବିଦା ହେଲେ ଜଣେ ମହିଳା ଡିଫେଣ୍ଡିଂ ଚାମ୍ପିୟନ୍

Advertisement

ନୂଆଦିଲ୍ଲୀ: ୱିମ୍ବଲଡନ ଓପନ ୨୦୨୪ରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ବିପର୍ଯ୍ୟୟ । ୩୦ ବର୍ଷ ପରେ ଜଣେ ମହିଳା ଡିଫେଣ୍ଡିଂ ଚାମ୍ପିୟନ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଚେକ ପ୍ରୋଫେସନାଲ ମହିଳା ଟେନିସ ଖେଳାଳି ମାକ୍ରେଟା ଭେଣ୍ଡ୍ରୋସୋଭା ଜଣେ ଡିଫେଣ୍ଡିଂ ୱିମ୍ବଲଡନ ଚାମ୍ପିୟନ ଭାବେ ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଏହି କ୍ରମରେ ମାର୍କେଟାଙ୍କ ନାମରେ ଏକ ଖରାପ ରେକର୍ଡ ଲିପିବଦ୍ଧ ହୋଇଛି ।

ୱିମ୍ବଲଡନ ଓପନ ଇତିହାସରେ ଏପରି ଏକ ରେକର୍ଡ ୩୦ ବର୍ଷ ତଳେ ୧ ଦେଖିବାକୁ ମିଳିଥିଲା । ଜର୍ମାନୀର ପୂର୍ବତନ ପ୍ରୋଫେସନାଲ ଟେନିସ ଖେଳାଳି ୨୨ଟି ମେଜର ଟାଇଟଲ ଜିତିଥିଲେ ହେଁ ସେ ମଧ୍ୟ ୧୯୯୪ ମସିହାରେ ଏପରି ଏକ ବଡ଼ ବିପର୍ଯ୍ୟୟର ଶିକାର ହୋଇଥିଲେ । ଗତବର୍ଷ ଅଲ ଇଂଲଣ୍ଡ କ୍ଲବରେ ବିଜୟୀ ହେବା ପରେ ମାର୍କେଟା ସାରା ବିଶ୍ୱକୁ ଚକିତ କରିଦେଇଥିଲେ । ମାତ୍ର ଚଳିତ ବର୍ଷ ସେଣ୍ଟର କ୍ରୋର୍ଟରେ ଖେଳାଯାଇଥିବା ମ୍ୟାଚରେ ସେ ତାଙ୍କର ପ୍ରତିପକ୍ଷ ଜେସିକା ବୌଜାସ ମାନେଇରୋଙ୍କ ଠାରୁ ୬-୪, ୬-୨ ସେଟରେ ପରାସ୍ତ ହୋଇଥିଲେ । ଜେସିକା ଏହା ପୂର୍ବରୁ ଗ୍ରାସ କୋର୍ଟରେ କୌଣସି ମ୍ୟାଚ ଜିତି ନଥିଲେ ଓ ସେ ଶୀର୍ଷ ୧୦ ଖେଳାଳିଙ୍କ ମଧ୍ୟରୁ କାହାକୁ ବି ପରାସ୍ତ କରିନଥିଲେ ।

Get real time updates directly on you device, subscribe now.