(Video) ଟ୍ରେଣ୍ଡ କଲାଣି ପ୍ରଥମେ ଭିଡିଓ ଆଉ ତା’ ପରେ… ୟୁପିରେ ସ୍ତ୍ରୀ ନିର୍ଯାନତାର ଶିକାର ଯୁବକ ହାରିଲେ ପ୍ରାଣ
ମୋ ଶଳା ନର୍ଦ୍ଦୋଷ । ସ୍ତ୍ରୀ ଓ ଶାଶୁଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ କହି ବିଷ ପିଇଦେଲେ ଯୁବକ । ଭିଡିଓ ହେଉଛି ଭାଇରାଲ ।
ହମିରପୁର: ଗୋଟାଏ ପରେ ଗୋଟାଏ ସ୍ୱାମୀ ପ୍ରାଣ ହରାଇବାରେ ଲାଗିଛନ୍ତି । ତା’ପୁଣି ଘରୋଇ କଳି ବିଶେଷ କରି ସ୍ତ୍ରୀ ନିର୍ଯାତନା ପାଇଁ । ୭ ଜନ୍ମର ସାଥୀ ହେବା ଲାଗି ହାତ ଧରିଥିବା ସ୍ତ୍ରୀ ସ୍ୱାମୀମାନଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରୁଛନ୍ତି ।
ବେଙ୍ଗାଲୁରୁର ଅତୁଲ ସୁଭାଷ, ଦିଲ୍ଲୀର ପୁନିତ ଖୁରାନାଙ୍କ ପରେ ଉତ୍ତର ପ୍ରଦେଶରେ ଆଜଜଣେ ସ୍ୱାମୀ ପତ୍ନୀ ଏବଂ ଶାଶୁ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ।
ପ୍ରାଣ ହାରିବା ପୂର୍ବରୁ ବ୍ୟକ୍ତିଜଣକ ୧ ମିନିଟର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ପ୍ରେମ ଆଜି ଏ ସ୍ଥିତିରେ ପହଞ୍ଚିଛି, ଯେଉଁଠି ପଣତ ଖାଲି ହେବାକୁଯାଉଛି… ମୋ ପୁଅ ଓ ଝିଅକୁ ମୋ ଭଉଣୀଙ୍କୁ ଦେଇଦବ । ଶଳାର କିଛି ଭୁଲ୍ ନାହିଁ ତାକୁ ଛାଡ଼ିଦେବ । ହେଲେ ମୋ ସ୍ତ୍ରୀ ଓ ଶାଶୁଙ୍କୁ କଠୋରରୁ ଅତି କୋଠର ଦଣ୍ଡ ଦେବ । ମୁଁ ଆଉ କିଛି କହିବାକୁ ଚାହୁଁନାହିଁ ।
ଉତ୍ତର ପ୍ରଦେଶ ହମିରପୁରର ଏ ଯୁବକ ବିଷ ଖାଇ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।
यूपी के जिला हमीरपुर में एक युवक ने जहर खाकर जान दे दी। मरने से पहले उसने Video बनाकर पत्नी और सास पर उत्पीड़न के आरोप लगाए।
बोला– “प्रेम इस एंड में आ चुका है कि आपकी झोली खाली होने जा रही है। जितना बुरा से बुरा दंड हो, वो मेरी घरवाली और सास को मिलना चाहिए” pic.twitter.com/1EGMfzTbxl
— Sachin Gupta (@SachinGuptaUP) January 4, 2025