fbpx

କରୋନା ମହାମାରୀ ପରେ ଲୋକମାନେ ଡେବିଟ୍ କାର୍ଡ ଅପେକ୍ଷା କ୍ରେଡିଟ୍ କାର୍ଡ ଅଧିକ ବ୍ୟବହାର କରୁଛନ୍ତିି: RBI

Advertisement

ନୂଆଦିଲ୍ଲୀ: ଶପିଂରୁ ଆରମ୍ଭ କରି ବୁଲିବା ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ପାଇଁ ଲୋକେ ବିଭନ୍ନ ପ୍ରକାରେ ପେମେଣ୍ଟ କରନ୍ତି। ନିକଟରେ ରିଲିଜ ହୋଇଥିବା ରିଜର୍ଭ ବ୍ୟାଙ୍କ ଡାଟା ଅନୁସାରେ ଭାରତରେ ଲୋକମାନଙ୍କର ପେମେଣ୍ଟ ଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ତଥ୍ୟକୁ ଦେଖିଲେ ଜଣା ପଡୁଛି ଯେ, ଗତ କିଛିବର୍ଷ ବା କରୋନା ମହାମାରୀ ପରେ ଦେଶରେ କ୍ରେଡିଟ୍ କାର୍ଡର ବ୍ୟବହାର ଦ୍ରୁତଗତିରେ ବଢିଥିବା ବେଳେ ଡେବିଟ କାର୍ଡ ବ୍ୟବହାର ହ୍ରାସ ପାଇଛି। ଏହାର ଅର୍ଥ ହେଉଛି କରୋନା ମହାମାରୀ ପରେ ଦେଶରେ କାର୍ଡ ବ୍ୟବହାରରେ ପରିବର୍ତ୍ତନ ଆସିଛି।

ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷ ୨୦୨୦-୨୧ ସମୟରେ କ୍ରେଡିଟ କାର୍ଡରେ ୬,୩୦,୪୧୪ କୋଟି ଟଙ୍କା ପେମେଣ୍ଟ ହୋଇଥିଲା। ଏବେ ଚଳିତ ଆର୍ଥିକ ବର୍ଷରେ ୨୦୨୩ ପୁର୍ବରୁ ଅର୍ଥାତ୍ ୨୦୨୨ ଏପ୍ରିଲରୁ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ଏହା ବଢି ୧୦,୪୯,୦୬୫ କୋଟିରେ ପହଞ୍ଚିଥିଲା। ସେହିପରି ସମାନ ସମୟରେ ଡେବିଟ କାର୍ଡ ପେମେଣ୍ଟ ୬.୬୧,୩୮୫ କୋଟିରୁ ହ୍ରାସ ପାଇ ୫,୬୧,୪୫୦ କକୋଟିକୁ ହ୍ରାସ ପାଇଥିଲା।

ଅନ୍ୟ ଏକ ପ୍ରମୁଖ ସଙ୍କେତ ଯାହା ଡେବିଟ୍ କାର୍ଡ ଅପେକ୍ଷା କ୍ରେଡିଟ୍ କାର୍ଡର ବ୍ୟବହାର ଅଧିକ ଦର୍ଶାଇଛି, ଡିସେମ୍ବର ମାସ ପେମେଣ୍ଟ ଉପରେ। ଏହି ସମୟରେ କ୍ରେଡିଟ୍ କାର୍ଡ ପେମେଣ୍ଟ ୯୫ ପ୍ରତିଶତ ବ୍ୟବହାରରେ ବୃଦ୍ଧି ଘଟିଛି – ଡିସେମ୍ବର ୨୦୧୯ ରେ ୬୫,୭୩୬ କୋଟି ଟଙ୍କା, ଡିସେମ୍ବର ୨୦୨୦ ରେ ୧,୨୬,୫୨୪ କୋଟିରେ ପହଞ୍ଚିଛି ବୋଲି ଆରବିଆଇ ତଥ୍ୟରେ ଦର୍ଶାଯାଇଛି। ଏହି ସମୟରେ ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ ୩୦% ହ୍ରାସ ପାଇଛି – ଡିସେମ୍ବର ୨୦୧୯ ରେ ୮୩,୯୫୩ କୋଟିରୁ ଡିସେମ୍ବର ୨୦୨୨ ରେ ୫୮,୬୨୫ କୋଟି ଟଙ୍କା ଖସିଛି।

Get real time updates directly on you device, subscribe now.