fbpx

MLA ସାଙ୍ଗ ଘରେ ଅଲ୍ଲୁ ଅର୍ଜୁନଙ୍କୁ ଦେଖି ପ୍ରଶଂସକଙ୍କ ଜମିଲା ଭିଡ଼, ପ୍ରଚାରରେ ସାମିଲ ହେବା ପଡ଼ିଲା ମହଙ୍ଗା, ଅଭିନେତା ବିରୋଧରେ ମାମଲା ରୁଜୁ

ହାଇଦ୍ରାବାଦ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କର ଅନେକ ଫ୍ୟାନ ଫଲୋଅର୍ସ ଅଛନ୍ତି । ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଶନିବାର ଅଲ୍ଲୁ ଅର୍ଜୁନ ଆନ୍ଧ୍ରପ୍ରଦେଶର ନନ୍ଦୟାଲ ସ୍ଥିତ ତାଙ୍କ MLA ସାଙ୍ଗ ଘରକୁ ନିର୍ବାଚନ ପାଇଁ ସମର୍ଥନ ଜଣାଇବାକୁ ଯାଇ ଚର୍ଚ୍ଚାରେ ରହିଛନ୍ତି ।

ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନ ପାଇଁ ମେ ୧୩ରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥିମଧ୍ୟରେ ଅଲୁ ଅର୍ଜୁନ ପ୍ରଚାରର ଶେଷ ଦିନରେ ନନ୍ଦୟାଲ ସ୍ଥିତ ତାଙ୍କ ଘନିଷ୍ଠ ବନ୍ଧୁ ତଥା YSRCP ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ଘରକୁ ଯାଇଥିଲେ । ସେଠାରେ ଅଲ୍ଲୁ ଅର୍ଜୁନଙ୍କୁ ଦେଖି ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପରେ ବଡିଗାର୍ଡ଼ଙ୍କ ସାହାଯ୍ୟରେ ତାଙ୍କୁ ସୁରକ୍ଷିତ ରବି ଚନ୍ଦ୍ରଙ୍କ ଘର ବାଲକୋନୀକୁ ନିଆଯାଇଥିଲା । ପରେ ଅଲ୍ଲୁ ଅର୍ଜୁନ, ରବି ଚନ୍ଦ୍ର ଏବଂ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ ବାଲକୋନୀରେ ପ୍ରଶଂସକଙ୍କୁ ଭେଟିଥିଲେ । ତେବେ YSRCP ପାଇଁ ପ୍ରଚାର କରିଥିବାରୁ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ନେଇ ଏକ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.