fbpx

Atomic Bomb Attack ପରେ କିପରି ଦେଖାଯିବ ସେହି ସହର? କମ୍ପ୍ୟୁଟର ଦେଖାଇଲା ଭୟଙ୍କର ଦୃଶ୍ୟ…

ନୂଆଦିଲ୍ଲୀ: ଦୁନିଆରେ ନୂଆ ଟେକନୋଲୋଜି ଆସିବା ପରେ ବିଭିନ୍ନ ଗ୍ୟାଜେଟ ଦ୍ୱାରା ଅସମ୍ଭବରୁ ଭୟାନକ କାମ ବି ସହଜରେ ହୋଇପାରୁଛି । ସେହିପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ସ ବାସ୍ତବରେ କୌଣସି ବି ପରିସ୍ଥିତିର ଚିତ୍ର ବନାଇବା ଭଳି ଅଦ୍ଭୁତ କାମ କରିପାରୁଛି । ଏହାମଧ୍ୟରେ ଏଆଇ ତରଫରୁ ଏକ ଫଟୋ ଅପଲୋଡ କରିଛି, ଯାହା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । କୌଣସି ସହରରେ ପରମାଣୁ ବୋମା ଆକ୍ରମଣ ହେଲେ ଏହାର ପରିଣାମ କିପରି ହେବ ତାହା ଆକଳନ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।

ଅଗଷ୍ଟ ୧୯୪୫ରେ ଜାପାନର ହିରୋସିମା ଏବଂ ନାଗାସାକି ଉପରେ ହୋଇଥିବା ପରମାଣୁ ଆକ୍ରମଣର ଅନେକ ଫଟୋ ଇଣ୍ଟରନେଟରେ ଉପଲବ୍ଧ ରହିଛି । ଏହାପରେ ଦୁନିଆର କୌଣସି ସହରରେ ଏହାର ବ୍ୟବହାର କରାଯାଇ ନାହିଁ । କିନ୍ତୁ ଏବେ ଯଦି କୌଣସି ସହରରେ ପରମାଣୁ ଆକ୍ରମଣ ହୁଏ, ତେବେ ଏହାର ପରିଣାମ କ’ଣ ହେବ? ଏହାକୁ ନେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା କିଛି ଫଟୋ ପ୍ରସ୍ତୁତ କରିଛି ମିଡର୍ଜନୀ । ଏଆଇ ବିସ୍ଫୋଟ ପରେ ସହରରେ ହେବାକୁ ଥିବା ପରିସ୍ଥିତିର ଏକ ଭୟାନକ ଚିତ୍ର ପ୍ରସ୍ତୁତ କରିଛି । ଏହି ଫଟୋକୁ ଦେଖିଲେ ମନେ ହେଉଛି ଏହା ବିସ୍ଫୋଟ ପରେ ଖୁବ ଉଚ୍ଚାରୁ ଏହାକୁ କଏଦ କରାଯାଇଛି । ବିସ୍ଫୋଟ ପରେ ସେହି ସ୍ଥାନରେ ଏକ ବିରାଟ ଖାତ ସୃଷ୍ଟି ହୋଇଥିବା ବେଳେ ଚାରି ଦିଗରେ ନିଆଁ ଏବଂ ଧୂଆଁ ବ୍ୟାପିଯାଇଛି ।

ଏହି ଫଟୋକୁ ଦେଖି ହିରୋସିମା ଏବଂ ନାଗାସାକିର ପରିସ୍ଥିତିକୁ ଅନୁଭବ କରିହେବ । କିଛି ଜାଣିବା ପୂର୍ବରୁ ପରମାଣୁ ଆକ୍ରମଣର ପ୍ରଭାବରେ ସବୁ ଜାଗାରେ ମୃତ୍ୟୁର ଦୁର୍ଦ୍ଦଶା ଦେଖିବାକୁ ମିଳିବ । ଫଟୋରୁ ମନେ ହେଉଛି ପୃଥିବୀରେ ଏକ ଭୟଙ୍କର ଭୂମିକମ୍ପ ହେବ ଏବଂ ଏହାର ପ୍ରଭାବ ଖୁବ ଦୂର ପର୍ଯ୍ୟନ୍ତ ଅନୁଭବ କରିହେବ । ପାଖରେ ଥିବା ବିଲଡିଙ୍ଗ ଜଳିପୋଡି ପାଉଁଶ ହୋଇଯିବ, କିନ୍ତୁ ଏହାର ବିନାଶର ଚିହ୍ନ ଅନେକ କିଲୋମିଟର ପର୍ଯ୍ୟନ୍ତ ଦେଖିବାକୁ ମିଳିବ । ହିରୋସିମା ନାଗାସାକି ଉପରେ ହୋଇଥିବା ଏହି ପରମାଣୁ ଆକ୍ରମଣରେ ଯଥାକ୍ରମେ ୧,୪୦,୦୦୦ ଏବଂ ୭୪,୦୦୦ ଲୋକ ପ୍ରାଣ ହରାଇଥିବା ଜଣାଯାଇଛି ।

Get real time updates directly on you device, subscribe now.