fbpx

ପ୍ରାଥମିକ ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଏଆଇଡିଏସ୍ଓର ଦାବି

କଟକ(: ନ୍ୟାସନାଲ କାଉନସିଲ ଫର୍ ଟିଚର୍ସ ଏଜୁକେସନ(ଏନସିଟିଇ) ଓସୁପ୍ରିମକୋର୍ଟଙ୍କ ଚଳିତମାସ ୧୧ ତାରିଖ ରାୟ ଆଧାରରେ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେଉଁଥିରେ ଜୁନିୟର ଟିଚର୍ସ(ସ୍କିମାଟିକ) ବା କନିଷ୍ଠ ଶିକ୍ଷକ(ଯୋଜନା ଭିତିକ) ଜିଲ୍ଲା ପରିଷଦ ଅଧିନରେ ଠିକା ନିଯୁକ୍ତି ପାଇବେ ।

କନିଷ୍ଠ ଶିକ୍ଷକମାନଙ୍କୁ ଜିଲ୍ଲା ପରିଷଦ ଅଧିନରେ ଯୋଜନା ଭିତିରେ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାକୁ ଏଆଇଡିଏସ୍ଓ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏଆଇଡିଏସ୍ଓ ଓଡିଶା ରାଜ୍ୟ ପରିଷଦର ସଭାପତି ସୋମନାଥ ବେହେରା ଓ ସଂପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଗତ ବର୍ଷ ଅକ୍ଟୋବର ୧୬ ତାରିଖ ରାଜ୍ୟ କ୍ୟାବିନେଟର ନିଷ୍ପତି ଅନୁଯାୟୀ ରାଜ୍ୟରେ ଠିକା ନିଯୁକ୍ତି ବନ୍ଦ ହେଲା ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ମାତ୍ର ବର୍ଷେ ନ ପୁରୁଣୁ ନୂତନ ଉପାୟରେ ରାଜ୍ୟରେ ଠିକା ନିଯୁକ୍ତି କରିବା ପାଇଁ ଯୋଜନା କରିଛନ୍ତି । ସେମାନଙ୍କର ଚୁକ୍ତି ପ୍ରତିବର୍ଷ ନବୀକରଣ କରାଯିବ । ସେମାଙ୍କର ଦରମା ମଧ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ସମୟ ସମୟ ରେ ପରିବର୍ତନ ହେବ । ରାଜ୍ୟରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ଓ ଭିତିଭୂମିର ଅଭାବ ଯୋଗୁ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ଧ୍ୱଂସ ପ୍ରାୟ ।

ଏହାରି ସୁଯୋଗରେ ରାଜ୍ୟ ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ର ଆଧାରରେ ୧୪,୦୦୦ରୁ ଉଦ୍ଧ୍ୱର୍ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ପ୍ରକ୍ରିୟାକୁ ଗତ ବର୍ଷରୁ ଆରମ୍ଭ କରିଦେଇଛନ୍ତି ବୋଲି ଏଆଇଡିଏସ୍ଓର ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରଙ୍କ ଏହି ନିତୀକୁ ଶିକ୍ଷା ବିରୋଧୀ ଓ ଅଗଣତାନ୍ତ୍ରିକ ଦର୍ଶାଇ ଆନ୍ଦୋଳନ ସଂଗଠିତ କରିବା ପାଇଁ ଏଆଇଡିଏସଓ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Get real time updates directly on you device, subscribe now.