fbpx

ମୁଁ ଏୟାର ହୋଷ୍ଟେସ୍, ମୋ ବୟଫ୍ରେଣ୍ଡ ଇଞ୍ଜିନିୟର: ଆମେ ମଦ ପିଇବୁ, ହଙ୍ଗାମା କରିବୁ, ପୋଲିସର କ’ଣ ଗଲା

Advertisement

ନୂଆଦିଲ୍ଲୀ: ଅନେକ ସମୟରେ ମଡର୍ଣ୍ଣ ଯୁଗଳ ଯୁବକ, ଯୁବତୀମାନେ ଡ୍ରିଙ୍କସ କରି ରାସ୍ତାରେ ହଙ୍ଗାମା କରିଥାନ୍ତି । ପୋଲିସକୁ ବି ସେମାନେ ନାକେଦମ୍ କରିଦେଇଥାନ୍ତି । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ଜଣେ ଏୟରା ହୋଷ୍ଟେସ୍ ମଦ ପିଇ ରାସ୍ତାରେ ତୁମୂଳ କାଣ୍ଡ ଭିଆଇଛନ୍ତି । ଯୁବତୀ ଜଣଙ୍କ ନିଜ ବୟଫ୍ରେଣ୍ଡଙ୍କ ସହ ମିଶି ରାଜରାସ୍ତାରେ ଏହି ନାଟକ ରଚିଛନ୍ତି ।

ସୂଚନା ମୁତାବକ, ଏକ ରେଷ୍ଟୁରାଣ୍ଟକୁ ଦୁଇଟି ଫ୍ୟାମିଲି ଖାଇବାକୁ ଆସିଥିଲେ । ଏହି ସମୟରେ ଗୋଟିଏ ଫ୍ୟାମିଲିର ସଦସ୍ୟମାନେ ଅନ୍ୟ ଫ୍ୟାମିଲିକୁ ଗାଳିଗୁଲଜ କରିଥିଲେ । ଏଥିରେ ଭୟଭୀତ ହୋଇ ଅନ୍ୟ ଫ୍ୟାମିଲିର ସଦସ୍ୟମାନେ ରେଷ୍ଟୁରାଣ୍ଟରୁ ବାହାରି ଆସି ନିଜ କାରରେ ଘରକୁ ଯିବାକୁ ବାହାରିଥିଲେ । ଏହି ସମୟରେ ଏୟାର ହୋଷ୍ଟେସ ଓ ତାଙ୍କ ବୟଫ୍ରେଣ୍ଡ ମିଶି ପଛପଟୁ ଉକ୍ତ ଫ୍ୟାମିଲିର କାର ଭାଙ୍ଗି ଦେଇଥିଲେ ।

ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ ମିଶି ପୀଡ଼ିତ ଫ୍ୟାମିଲିର ସଦସ୍ୟଙ୍କୁ ମାରପିଟ କରିଥିଲେ । ନିଶାରେ ଚୁର୍ ଥିବା ଯୁବତୀ ଏନେଇ ରାସ୍ତାରେ ଅଧଘଣ୍ଟା କାଳ ଡ୍ରାମା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ତେବେ ଯୁବତୀ ପୋଲିସ ଉପରେ ମଧ୍ୟ ଗାଳି ବର୍ଷଣ କରିଦେଇଥିଲେ । ପୋଲିସ ଦୋଷୀଙ୍କ ବିରୋଧରେ ଆଇପିସି ଧାରାରେ ମାମଲା ଦାୟର କରିଥିବା ଜଣାପଡ଼ିଛି । ଏହି ସମସ୍ତ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.