fbpx

ଚର୍ଚ୍ଚାରେ  ଏୟାରଟେଲର ୯୯ଟଙ୍କା ପ୍ଲାନ, ୨୮ଦିନ ଭାଲିଡିଟି ସହ ହାଇସ୍ପିଡ ଇଣ୍ଟରନେଟର ମଜା

Advertisement

ବାଙ୍ଗାଲୁରୁ: ଆପଣ ଏୟାରଟେଲ ସିମ ବ୍ୟବହାର କରୁଛନ୍ତି କି? ତେବେ ଗୋଟେ ମାସ ପାଇଁ କେଉଁ କେଉଁ ଭାଲିଡିଟି ପ୍ଲାନ ସହ ଶସ୍ତାରେ କିପରି ରିଚାର୍ଜ କରାଇବେ ତାହା ଜାଣି ରଖନ୍ତୁ । ଏୟାରଟେଲର କଲିଂ ପ୍ଲାନ ସହ ଡାଟା ଓ ଭାଲିଡିଟି ପ୍ଲାନକୁ ଲୋକେ ବହୁତ ପସନ୍ଦ କରିଥାନ୍ତି । କହିବାକୁ ଗଲେ ଏହି ପ୍ୟାକ ଆପଣଙ୍କୁ ଅନେକ ବେନିଫିଟ ମଧ୍ୟ ଦେଇଥାଏ । ଯଦି ଆପଣ ଭାଲିଡିଟି ବନେଇ ରଖିବା ନେଇ ଏକ ଶସ୍ତା ପ୍ଲାନ ଖୋଜୁଛନ୍ତି ହେଲେ ପ୍ଲାନର ପଇସା ଅଧିକ ହୋଇଯାଉଛି । ତେବେ ଆମେ ଅପଣଙ୍କୁ ଏକ ବେଷ୍ଟ ପ୍ଲାନ କହିବୁ ଯେଉଁଥିରେ ଅଳ୍ପ ଟଙ୍କାରେ ଭାଲିଡିଟି ପ୍ଲାନ ପକାଇପାରିବେ ।

ଏୟାରଟେଲ ପ୍ରିପେଡ ପ୍ଲାନରେ କଣ ଅଛି
ଆମେ ଯେଉଁ ଏୟାରଟେଲ ପ୍ରିପେଡ ପ୍ଲାନ କଥା କହୁଛୁ ତାର ମୂଲ୍ୟ ମାତ୍ର ୯୯ଟଙ୍କା । ଏହି ପ୍ଲାନଟି କେବଳ ସେହି ଲୋକଙ୍କ ପାଇଁ ହୋଇଛି ଯେଉଁ ଲୋକେ ଭାଲିଡିଟି ଖୋଜୁଛନ୍ତି । ପ୍ରିପେଡ ପ୍ଲାନ ଅନୁସାରେ ଏହା ହେଉଛି ଏକ ଶସ୍ତା ପ୍ଲାନ ।

କଣ ରହିଛି ବେନିଫିଟ
ଏହି ପ୍ଲାନରେ ଭାଲିଡିଟି ହେଉଛି ପୁରା ୨୮ଦିନ ।ଏତିକି ପଇସାରେ ଯଦି ଆପଣଙ୍କୁ ଏତେ ଦିନ ଭାଲିଡିଟି ମିଳୁଛି ତେବେ ଏହା ଏକ ଖୁସି ଖବର । ଏହି ରିଚାର୍ଜ କଲେ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ଏହି ପ୍ଲାନରେ ଆପଣଙ୍କୁ ୨୦୦ ମବ ଡାଟା ମିଳିବ । ଯାହା ଆପଣଙ୍କ ଛୋଟମୋଟ ଇଣ୍ଟରନେଟ ଖର୍ଚ୍ଚ ପାଇଁ ସହାୟକ ହେବ । ଆପଣ ଏବେ ଏହି ପ୍ଲାନକୁ ନିଜ ଫୋନରେ ଆକ୍ଟିଭ କରିପାରିବେ । ଏହା ସହ ଉପଭୋଗ କରନ୍ତୁ ୨୮ଦିନର ଭାଲିଡିଟି ।

Get real time updates directly on you device, subscribe now.