fbpx

କରୋନା ପାଇଁ ରଦ୍ଦ ହେଲା ଏସିଆ କପ୍‌ , ପୁଣି କେବେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ ତାହା ସ୍ଥିର ହୋଇନାହିଁ…

କଲୋମ୍ବୋ : କରୋନା ଆତଙ୍କ ନେଇ ଦୃଷ୍ଟିରେ ରଖି ଆସନ୍ତା ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ଏସିଆ କପ୍‌ କ୍ରିକେଟ ସ୍ଥଗିତ ରଖାଯାଇଛି । ସୂଚନା
ଯୋଗ୍ୟ ଯେ ଗତ ବର୍ଷ ପାକିସ୍ତାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବାର ଥିଲା । ମାତ୍ର କରୋନା ଯୋଗୁ ସ୍ଥଗିତ ରଖା ଯାଇଥିଲା । ତେବେ ଶ୍ରୀଲଙ୍କାରେ ଚଳିତ
ବର୍ଷ ଏହା ଅନୁଷ୍ଠିତ ହେବ ବୋଲି ସ୍ଥିର କରା ଯାଇଥିଲେ ହେଁ ପୁଣି କରୋନା ପ୍ରତିବନ୍ଧକ ସୃଷ୍ଟି କରିଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଏହା ଆୟୋଜନ କରିବା
ସମ୍ଭବ ନୁହେଁ ବୋଲି କହିଛନ୍ତି ଶ୍ରୀଲଙ୍କା କ୍ରିକେଟ ମୁଖ୍ୟ ଆଶଲେ ଡି ସିଲଭା ।

ତେବେ ୨୦୨୩ରେ ପୁଣି ଦିନିକିଆ କ୍ରିକେଟ ବିଶ୍ୱକପ ଅନୁଷ୍ଠିତ ହେବା ସହ ଆଗାମୀ ଦୁଇ ବର୍ଷ ପାଇଁ ବିଭିନ୍ନ ଦଳର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ରହିଛି । ତେଣୁ ପୁଣି କେବେ ଏସିଆ କପ୍‌ ଅନୁଷ୍ଠିତ ହେବ ତାହା ପରେ ସ୍ଥିର କରାଯିବ ।

Get real time updates directly on you device, subscribe now.