ସିଡନୀ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା, ଖେଳିବେନି ଏହି ଷ୍ଟାର ଖେଳାଳି
ପଞ୍ଚମ ଏବଂ ଶେଷ ଟେଷ୍ଟ ମ୍ୟାଚରେ ବାଦ୍ ପଡିଲେ ଆକାଶ ଦୀପ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ନିଜ ପ୍ଲେଇଂ ଇଲେଭେନର ଘୋଷଣା କରିଛି । ୨୦୨୪-୨୫ର ଶେଷ ଏବଂ ୫ମ ଟେଷ୍ଟ ମ୍ୟାଚ ପାଇଁ ନିଜ ପ୍ଲେଇଂକୁ ଘୋଷଣା କରିଛି, ଏଥିରେ ମିଚେଲ ମାର୍ଶଙ୍କୁ ସାମିଲ କରାଯାଇ ନାହିଁ । ଏହି ଖେଳାଳିଙ୍କ ପରିବର୍ତ୍ତେ ସେ ୩୧ ବର୍ଷୀୟ ଅଲରାଉଣ୍ଡର ଭ୍ୟୁ ୱେବଷ୍ଟରଙ୍କୁ ପ୍ରଥମ ଥର ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଛି ।
ଏହାରି ମଧ୍ୟରେ ଭାରତର ପ୍ଲେଇଂ ଇଲେଭେନକୁ ନେଇ ବହୁତ ବଡ଼ ଖୁଲାସା ହୋଇଛି । ଟିମ ଇଣ୍ଡିଆର ହେଡ କୋଚ ଭାରତୀୟ ଟିମର ପ୍ଲେଇଂ ଇଲେଭେନକୁ ନେଇ ବଡ଼ ସୂଚନା ଜାରି କରିଛନ୍ତି । ହେଡ କୋଚ ମୁତାବକ, ସିଡନୀ ଟେଷ୍ଟରେ ଦ୍ରୁତ ବୋଲର ଆକାଶ ଦୀପ ଖେଳି ପାରିବେ ନାହିଁ ।
ଭାରତର ଦ୍ରୁତ ବୋଲର ଆକାଶ ଦୀପଙ୍କୁ ତାଙ୍କ ପିଠିରେ ଯନ୍ତ୍ରଣା ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ୩ ଜାନୁଆରୀରୁ ଆରମ୍ଭ ହେଉଥିବା ୫ମ ଏବଂ ଶେଷ ଟେଷ୍ଟ ମ୍ୟାଚରେ ଗୁରୁବାର ଦିନ ଟିମ୍ରୁ ବାହାର କରାଯାଇଛି । ଆକାଶ ବ୍ରିସବେନ ଏବଂ ମେଲବର୍ନ ଟେଷ୍ଟର ପ୍ଲେଇଂ ଇଲେଭେନରେ ସାମିଲ ଥିଲେ ଏବଂ ସେ ପାଞ୍ଚଟି ୱିକେଟ ନିଜ ନାମରେ କରିଥିଲେ । ଦୁଇଟି ଟେଷ୍ଟରେ ତାଙ୍କୁ ଭାଗ୍ୟ ସାଥ୍ ଦେଇନଥିଲା । ଏହି ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କର ବୋଲିଂରେ ଅନେକ ଡ୍ରପ୍ କ୍ୟାଚ ଥିଲା ।