Big Breaking: ଗେରୁଆ ରଙ୍ଗ ହେବ ସମସ୍ତ ସରକାରୀ ସ୍କୁଲ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ବଦଳିବ ସ୍କୁଲ କୋଠାର ରଙ୍ଗ । ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ ।

ସମସ୍ତ ସରକାରୀ ସ୍କୁଲ ଏବଂ ପିଏମ୍ ଶ୍ରୀ ସ୍କୁଲ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ । ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା ଓଏସଇପିଏ ।

ସ୍କୁଲ ନିର୍ମାଣ, ମରାମତି ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ । ଅରେଞ୍ଜ ଟ୍ୟାନ୍ –ଏନ୍ (ଗେରୁଆ) କରିବାକୁ ଜାରି ହେଲା ନିର୍ଦ୍ଦେଶ ।

ପୂର୍ବ ସରକାରରେ ସରକାରୀ ବିଲ୍ଡିଂଠାରୁ ଆରମ୍ଭ କରି ସ୍କୁଲର ରଙ୍ଗ ବଦଳିଥିଲା, ଯାହାକୁ ନେଇ ସରକାରଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା । ସେପରି ବର୍ତ୍ତମାନର ସରକାର ସ୍କୁଲ ରଙ୍ଗ ବଦଳାଇବାର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଉଭୟ ରାଜ୍ୟ ଏବଂ କନ୍ଦ୍ରେ ଅନୁଦାନରେ ତିଆରି ହେବ ପିଏମ ଶ୍ରୀ ଏବଂ ବିଦ୍ୟାଳୟ ମରାମତି ।