୧୬ରେ ସର୍ବଦଳୀୟ ବୈଠକ: ୧୮ରୁ ୨୫ ଯାଏଁ ବିଧାନସଭା ମୌସୁମୀ ଅଧିବେଶନ

ଆସନ୍ତା ୧୬ ତାରଖରେ ବସିବ ସର୍ବଦଳୀୟ ବୈଠକ । ତେବେ ସେପ୍ଟେମ୍ବର 18ରୁ ଆରମ୍ଭ ହୋଇ 25 ଯାଏଁ ଚାଲିବ ଗୃହ ।

ଭୁବନେଶ୍ବର: ଆସନ୍ତା ୧୬ ତାରଖରେ ବସିବ ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ଆସନ୍ତା 18ରୁ ଆରମ୍ଭ ହେଉଛ ଏହି ବିଧାନସଭା ଅଧିବେଶନ ।

ଏହି ଅଧିବେଶନରେ ରହିଛି 7ଟି କାର୍ଯ୍ୟ ଦିବସ । ତେବେ ସେପ୍ଟେମ୍ବର 18ରୁ ଆରମ୍ଭ ହୋଇ 25 ଯାଏଁ ଚାଲିବ ଗୃହ । ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ସୁରୁଖୁରରେ ବିଧାନସଭା ସାରିବା ନେଇ ହେବ ଆଲୋଚନା ।