ଖୋଲିଗଲା ଆମେରିକାର ସବୁ ପୋଲ୍, ଧରାପଡୁଛି ଗୋଟିଏ ପରେ ଗୋଟିଏ ମିଛ

ତେହେରାନ,୧୭ା୭:  ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ସମୟରେ ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ ନଷ୍ଟ କରିଦେଇଥିବା କହିଥିଲା। କିନ୍ତୁ ଏବେ ଆମେରିକାର ସବୁ ମିଛ ଧରାପଡ଼ିଯାଇଛି । ଇରାନର ଗୋଟିଏ ମାତ୍ର ପରମାଣୁ ସ୍ଥାନ ଫୋର୍ଡୋ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଆମେରିକା ଘୋଷଣା କରିଥିଲା ଯେ, ସେ ଇରାନର ୩ଟି ପରମାଣୁ ଏରିଆକୁ କ୍ଷତିଗ୍ରସ୍ତ କରିଦେଇଛି ।

ଆମେରିକାର କେନ୍ଦ୍ରୀୟ କମାଣ୍ଡ ଇରାନ ଉପରେ ଆକ୍ରମଣ କରିବା ପାଇଁ ଏକ ବଡ଼ ଯୋଜନା କରିଥିଲା, ଏହି ଯୋଜନା ଅନୁଯାୟୀ, ଇରାନ ଉପରେ ଏହି ଆକ୍ରମଣ କେବଳ ଗୋଟିଏ ରାତିରେ ହେବାର ନଥିଲା, ବରଂ ତିନୋଟି ପରମାଣୁ ସ୍ଥାନକୁ କିଛି ସପ୍ତାହ ପାଇଁ ଟାର୍ଗେଟ କରାଯିବାର ଥିଲା। ଦାବି କରାଯାଇଛି ଯେ, ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଯୋଜନା ବିଷୟରେ ସୂଚନା ଦିଆଯାଇଥିଲା, ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଯଦି ଏଥିରେ ସହମତି ହୋଇଥାନ୍ତା, ତେବେ ଇରାନ ଏବଂ ଇସ୍ରାଏଲରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥାନ୍ତେ ଏବଂ ଏହା ଉଭୟ ଦେଶକୁ ବହୁତ କ୍ଷତି ପହଞ୍ଚାଇଥାନ୍ତା, ଏବଂ ଆମେରିକା ଦୀର୍ଘ ସମୟ ପାଇଁ ଇରାନରେ ଯୁଦ୍ଧ ଭଳି ପରିସ୍ଥିତିରେ ଫସି ରହିଥାନ୍ତା, ଏହା ଟ୍ରମ୍ପଙ୍କ ବୈଦେଶିକ ନୀତି ବିରୋଧରେ ମଧ୍ୟ, ସେଥିପାଇଁ କେବଳ ଗୋଟିଏ ରାତିରେ ଆକ୍ରମଣ କରିବାର ଯୋଜନା ବାଛି ନିଆଯାଇଥିଲା। ଏହି ଆକ୍ରମଣରେ ଫୋର୍ଡୋ ପରମାଣୁ ସ୍ଥାନ କ୍ଷତିଗ୍ରସ୍ତ ହୋଇଥିଲା, କିନ୍ତୁ ନାଟାଞ୍ଜ ଏବଂ ଇସଫାହାନରେ ଥିବା ପରମାଣୁ ଘାଟିଗୁଡ଼ିକର କୌଣସି କ୍ଷତି ହୋଇନଥିଲା।