(Video): SORRY….ଯାହା ଘଟିଯାଇଛି ତା’ ପାଇଁ ମୁଁ ସବୁବେଳପାଇଁ ଦୁଃଖିତ…. ଆଇନ ପ୍ରତି ମୋର ସମ୍ମାନ ରହିଛି….

ହାଇଦ୍ରାବାଦ: ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ମୃତ ମହିଳାଙ୍କ ପରିବାରକୁ ସହଯୋଗ କରିବେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଶନିବାର ସକାଳୁ ଜେଲରୁ ବାହାରିବା ପରେ ଏମିତି କିଛି କହିଛନ୍ତି ଅଲ୍ଲୁ । ସେ ଆଉ ମଧ୍ୟ କହିଛନ୍ତି, ଏଭଳି ଘଟଣା ପୂର୍ବରୁ କେବେ ଘଟି ନାହିଁ । ମୁଁ ଏହି ଥିଏଟରକୁ ଦୀର୍ଘ ୨୦ ବର୍ଷ ହେଲା ଯାଉଛି । ୩୦ଥରରୁ ଅଧିକ ଥର ଅଲ୍ଲୁ ସନ୍ଧ୍ୟା ଥିଏଟର ଯାଇଥିବା କହିଛନ୍ତି । ଏହାଛଡ଼ା ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇପା ସହ ଚିନ୍ତା ନ କରିବାକୁ ପରାମର୍ଶ ଦେଇଛନ୍ତି । ମୃତା ମହିଳାଙ୍କ ପରିବାରକୁ କ୍ଷମା ମାଗିବା ସହ ସେମାନଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ପୁଷ୍ପା ଷ୍ଟାର ।

ଡିସେମ୍ବର ୪ତାରିଖରେ ଅର୍ଥାତ୍ ‘ପୁଷ୍ପା-୨’ ରିଲିଜ୍ ହେବାର ଦିନକ ପୂର୍ବରୁ ଆଡଭାନ୍ସ ଟିକେଟ ବୁକିଂ ସମୟରେ ଅଲ୍ଲୁ ହଲରେ ହଠାତ୍ ପହଞ୍ଚିଥିଲେ । ସେ ସମୟରେ ଥିଏଟରରେ ଦଳାଚକାଟା ହୋଇଥିଲା । ଯେଉଁଥିରେ ଜଣେ ମହିଳା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏ ଘଟଣାକୁ ନେଇ ଗତକାଲି ଅଲ୍ଲୁଙ୍କୁ ପୋଲିସ ଗିରଫ କରିଥିଲା । ଶୁକ୍ରବାର ସନ୍ଧ୍ୟାରେ ହିଁ ଅଲ୍ଲୁଙ୍କ ଅନ୍ତରୀଣ ଜାମିନ ମଞ୍ଜୁର ହୋଇଯାଇଥିଲା । ଏହାସତ୍ତେ୍ୱ ତାଙ୍କୁ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରେ ରାତି କାଟିବାକୁ ପଡ଼ିଥିଲା । ୫୦ ହଜାର ଟଙ୍କିଆ ବଣ୍ଡରେ ତାଙ୍କ ଜାମିନ ପ୍ରଦାନ କରାଯାଇଛି । ଅଲ୍ଲୁଙ୍କ ଗିରଫକୁ ନେଇ ତେଲଙ୍ଗାନା ସରକାର କହିଛନ୍ତି , ଆମେ ଆଇନକୁ ଅନୁକରଣ କରୁ । ଅନ୍ୟପକ୍ଷେ ରାଜ୍ୟରେ ରାଜନୈତିକ ମାହୋଲ ସରଜରମ ଥିବା ମଧ୍ୟ ଦେଖିବାକୁ ମିଳିଛି ।