fbpx

(Video) ମୃତ୍ୟୁ ମୁଖରୁ ଏମିତି ପିଲାକୁ ବଞ୍ଚାଇଦେଲା ମା’, ଭିଡିଓ ଦେଖିଲେ ଆପଣ ବି ଶିହରି ଉଠିବେ

ସୋସିଆଲ ମିଡିଆରେ ଅନେକ ସମୟର ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । ଏହିପରି ବର୍ତ୍ତମାନ ଜଣେ ମହିଳାଙ୍କ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ୟୁଜର୍ସ ମହିଳାଙ୍କ ଖୁବ୍ ପ୍ରଶଂସା କରୁଛନ୍ତି । ଭିଡିଓରେ ଯେଉଁଭଳି ମହିଳା ନିଜ ପିଲାକୁ ମୃତ୍ୟୁ ମୁଖରୁ ବଞ୍ଚାଉଛନ୍ତି । ତାହା ଦେଖି କେହିବି ଆଶ୍ଚର୍ଯ୍ୟ ହୋଇଯିବ ।

ଅବଶ୍ୟ ଏହି ଭାଇରାଲ ଭିଡିଓଟି ପୁରୁଣା କିନ୍ତୁ ବର୍ତ୍ତମାନ ଏହା ପୁଣିଥରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ୨୦୧୯ ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ‘ଡେଲି ମେଲ୍’ ର ଏକ ରିପୋର୍ଟ ଅନୁଯାୟୀ ଭିଡିଓ ଭିଏତନାମର ଯେଉଁଠାରେ ଗୋଟିଏ ବାଇକରେ ତିନି ଜଣ ଯାତ୍ରା କରୁଥିଲେ ।

ଭିଡିଓରେ ଦେଖାଯାଉଛି ମହିଳା ଜଣକ ନିଜ ପିଲା ସହ ବାଇକରେ ପଛରେ ବସିଥିଲେ ସେତିକି ବେଳେ ହଠାତ୍ ଏକ କାର୍ ତାଙ୍କ ବାଇକକୁ ଧକ୍କା ଦେଇଥିଲା ଏବଂ ମହିଳା ଜଣକ ନିଜ ପିଲା ସହ ତଳେ ପଡ଼ିଯାଇଥିଲେ । ଆଉ ଏହି ସୟମରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ପିଲା ଉପରେ ଚଢ଼ିବା ପୂର୍ବରୁ ମହିଳା ଜଣକ ଅତିକ୍ଷୀପ୍ର ବେଗରେ ଟ୍ରକ୍ ସାମ୍ନାରୁ ଟାଣି ଆଣିଥିଲେ ଆଉ ନିଜ ପିଲାର ଜୀବନ ସହ ନିଜ ଜୀବନ ରକ୍ଷା କରିଥିଲେ ।

କିଛି ୟୁଜର ଏହାକୁ ଚମତ୍କାର କହୁଥିବାବେଳେ କେହି ମହିଳାଙ୍କୁ ସବୁଠୁ ବଡ଼ ଯୋଦ୍ଧା ବୋଲି କହୁଛନ୍ତି ତ’ କେହି କହୁଛନ୍ତି ମା’ ଠାରୁ ବଡ଼ କେହି ନୁହେଁ ।

Get real time updates directly on you device, subscribe now.