fbpx
BJD SKY
BJD SKY

ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେଲେ ଆମେରିକା ନାଗରିକ, କହିଲେ କାରଣ

BJD

ଭୋପାଳ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଏବେ ମଧ୍ୟ ପ୍ରଦେଶ ଦେଇ ଗତି କରୁଛି। ରାଜ୍ୟରେ ଯାତ୍ରାକୁ ଆଜି ତୃତୀୟ ଦିନ। ଭାରତ ଯୋଡୋ ଯାତ୍ରାରେ ଲଗାତାର ଅନେକ କଳାକାର ଏବଂ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ୍ ହେଉଛନ୍ତି। ଏହି କ୍ରମରେ ରାହୁଲଙ୍କ ଏହି ଯାତ୍ରାରେ ଅବ ଗ୍ରାଣ୍ଟ ନାମକ ଜଣେ ଆମେରିକା ନାଗରିକ ସାମିଲ୍ ହୋଇଛନ୍ତି। ଆମେରିକ ନାଗରିକଙ୍କ କହିବା କଥା ସେ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହୋଇଛନ୍ତି କାରଣ ତାଙ୍କୁ ଯୋଡିବା ବିଷୟ ପ୍ରତି ମୋହ ରହିଛି ଏବଂ ସେ ରାହୁଲଙ୍କ ଏହି ଯାତ୍ରା ପ୍ରତି ବେଶ ପ୍ରଭାବିତ। ସୂଚନା ଅନୁଯାୟୀ, ଗ୍ରାଣ୍ଟ ତାମିଲନାଡୁର ଏକ ବିଶ୍ଵ ବିଦ୍ୟାଳୟରେ ପିଏଚଡି କରୁଛନ୍ତି।

ଯୋଡୋ ଶବ୍ଦକୁ ଭଲ ପାଏ:ଗ୍ରାଣ୍ଟ କହିଛନ୍ତି, ସେ ମଧ୍ୟ ପ୍ରଦେଶରେ ଏହି ଯାତ୍ରାରେ ସାମିଲ୍ ହୋଇଛନ୍ତି। ସମ୍ବାଦଦାତାଙ୍କ ସହ ଆଲୋଚନା ବେଳେ ଗ୍ରାଣ୍ଟ କହିଛନ୍ତି, ଯୋଡିବା କଥାକୁ ସେ ବହୁତ ଭଲ ପାଆନ୍ତି। ରାହୁଲ ଭାରତ ଯୋଡୋ ଯାତ୍ରାର ଆରମ୍ଭ କରିଛନ୍ତି। ଏଥିରେ ଆମେ ବହୁତ ଖୁସି। ରାହୁଲ ଦେଶ ଯୋଡିବା କଥା କହୁଛନ୍ତି। ମୋତେ ଏହି ଯାତ୍ରାରେ ଚାଲିବାକୁ ବହୁତ ପସନ୍ଦ। ମୁଁ ଆଶା କରୁଛି ଏହି ଯାତ୍ରା ଭାରତକୁ ଯୋଡିବାରେ ନିଜର ଉଦ୍ଦେଶ୍ୟରେ ସଫଳ ହେବ।

ଭାରତ ଯୋଡୋ ଯାତ୍ରା ଗୁରୁବାର ମଧ୍ୟ ପ୍ରଦେଶର ବୋରଗାଓଁରୁ ଆରମ୍ଭ ହୋଇଛି। ଆଜି ଯାତ୍ରାର ହେଉଛି ୭୮ତମ ଦିନ। ଏହା ଆଗାମୀ ୧୦ ଦିନ ରାଜ୍ୟର ସାତ ଜିଲ୍ଲା ଦେଇ ଅତିକ୍ରମ କରିବ। ଯାତ୍ରାରେ ରାହୁଲଙ୍କ ସହିତ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ନିଜ ପରିବାର ସହିତ ସାମିଲ୍ ହୋଇଛନ୍ତି। ଏହି ଯାତ୍ରା କନ୍ୟାକୁମାରୀରୁ ସେପ୍ଟେମ୍ବର ୮ରୁ ଆରମ୍ଭ ହୋଇଥିଲା।

Get real time updates directly on you device, subscribe now.