fbpx

ତାଲିବାନ ଶିଶୁଙ୍କୁ ରକ୍ଷାକଲା ଆମେରିକୀୟ ସେନା; ଇଣ୍ଟରନେଟରେ ଜିଣିଲେ ସଭିଙ୍କ ହୃଦୟ

ଆଫଗାନିସ୍ତାନରେ ତାଲିବାନୀ ଶାସନ ଜାରୀ ହେବାପରଠାରୁ ସବୁଠାରୁ ଅଧିକ ନିର୍ଯାତିତ ହେଉଛନ୍ତି ମହିଳା ଓ ଶିଶୁ । ସମଗ୍ର ବିଶ୍ୱ ଏନେଇ ସମବେଦନା ଜଣାଉଥିବାବେଳେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ଆମେରିକୀୟ ସେନା ସମସ୍ତଙ୍କ ହୃଦୟ ଜିତିଛନ୍ତି । ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରଳାୟ ପକ୍ଷରୁ କିଛି ଫଟୋ ସେୟାର କରାଯାଇଥିଲା । ଯେଉଁ ଫଟୋ ଗୁଡିକୁ ଦେଖିଲାପରେ ଆମେରେକୀୟ ସେନାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି । ଆମେରିକୀୟ ସେନା ପକ୍ଷରୁ ଶିଶୁମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବାର ଫଟୋ ସେୟାର କରିଛି ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ । ଆଫଗାନିସ୍ଥାନର ହମିତ୍‌ କାରଜାୟୀ ଆର୍ନ୍ତଜାତୀୟ ବିମାନବନ୍ଦରରେ ଏହି ଫଟୋଗୁଡିକ ନିଆଯାଇଥିବା ଜଣାପଡିଛି । ସେନା ପକ୍ଷରୁ ଶିଶମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଉଥିବା ଦେଖିବାକୁ ମିଳିଛି ।

ଆମେରିକା ସେନାର ଏହି ପଦକ୍ଷେପକୁ ଅନଲାଇନରେ ବେଶ ପ୍ରଶଂସା କରାଯାଇଛି । ବର୍ତମାନ ସୁଦ୍ଧା ଆମେରିକା ସେନା ପ୍ରାୟ ୧୩ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ସକ୍ଷମ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ୨୦ ବର୍ଷ ପରେ ଆମେରିକା ଆଫଗାନ ମାଟିରୁ ନିଜ ସøନ୍ୟ ପ୍ରତ୍ୟାହାର କରିବା ଫଳରେ ତାଲିବାନ ସକ୍ରିୟ ହୋଇଉଠିଥିଲା । ମାତ୍ର ଏକ ସପ୍ତାହ ମଧ୍ୟରେ ତାଲିବାନ କ୍ଷମତା ଦଖଲ କରିବା ଆଫଗାନୀ ରାଷ୍ଟ୍ରପତି ଅଶ୍ରଫ ଘନି ଦେଶ ଛାଡି ପଳାୟନ କରିଥିଲେ । ଏହାପରେ ତାଲିବାନ ପକ୍ଷରୁ ଆଫଗାନିସ୍ଥାନର ନାମ ପରିବର୍ତନ କରାଯିବା ସହିତ ନରସଂହାର ଆରମ୍ଭ କରାଯାଇଥିଲା

Get real time updates directly on you device, subscribe now.