fbpx

(Video) ‘ଚତୁର୍ଥ ପର୍ଯ୍ୟାୟରେ ହିଁ ପ୍ରଧାନମନ୍ତ୍ରୀଙ୍କୁ ମିଳିଗଲା ବହୁମତ’: ଅମିତ ଶାହଙ୍କ ବଡ଼ ଦାବି

Advertisement

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ବନଗାଁରେ ଏକ ଜନସମାବେଶକୁ ସମ୍ବୋଧିତ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ରାଲି ସମୟରେ ଅମିତ ଶାହ ଦାବି କରିଛନ୍ତି ଯେ, ୩୮୦ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୭୦ ସିଟରେ ବହୁମତ ପ୍ରାପ୍ତ କରିଛନ୍ତି ।

ଅମିତ ଶାହ କହିଛନ୍ତି ଯେ, ଚତୁର୍ଥ ପର୍ଯ୍ୟାୟରେ ମତଦାନ ସଂପୂର୍ଣ୍ଣ ହୋଇସାରିଛି । ୩୮୦ ସିଟର ନିର୍ବାଚନ ପୂରା ହୋଇସାରିଛି । ବଙ୍ଗଳାରେ ୧୮ ସିଟର ନିର୍ବାଚନ ପୂରା ହୋଇସାରିଛି । ଆଜି ମୁଁ କହିଦେଇ ଯାଉଛି ଯେ, ୩୮୦ ରୁ ପ୍ରଧାନମନ୍ତ୍ରୀ ମୋଦୀ ୨୭୦ ସିଟରେ ବହୁମତ ପ୍ରାପ୍ତ କରିସାରିଛନ୍ତି । ଆଗାମୀ ଲଢେଇ ୪୦୦ ପାର କରିବାର ଅଛି । ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ୩୮୦ ସିଟରେ ଭୋଟିଂ ହୋଇସାରିଛି । ବାକି ବଞ୍ଚିଥିବା ତିନୋଟି ପର୍ଯ୍ୟାୟରେ ୧୬୩ ସିଟରେ ମତଦାନ ହେବା ବାକି ରହିଛି ।

ଅମିତ ଶାହ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ମମତା ବାନାର୍ଜୀ ମିଛ କହିଛନ୍ତି ଯେ, ସିଏଏ ଦ୍ୱାରା ନାଗରିକତା ପାଇଁ ଯିଏ ବି ଆବେଦନ କରିବେ ସେ ଅସୁବିଧାର ସମ୍ମୁଖୀନ ହେବେ । ମତୁଆ ସମାଜର ଲୋକଙ୍କୁ ମୁଁ ଆଶ୍ୱସ୍ତି ଦେବାକୁ ଆସିଛି, କାହାରିକୁ କୌଣସି ଅସୁବିଧା ହେବ ନାହିଁ । ସେମାନଙ୍କୁ ନାଗରିକତା ମଧ୍ୟ ମିଳିବ ଏବଂ ଦେଶରେ ସମ୍ମାନ ସହିତ ବଞ୍ଚିପାରିବେ । ଦୁନିଆର କୌଣସି ଶକ୍ତି ମୋ ଶରଣାର୍ଥୀ ଭାଇମାନଙ୍କୁ ଭାରତର ନାଗରିକତା ପାଇବାରେ କେହି ରୋକି ପାରିବେ ନାହିଁ । ଏହା ନରେନ୍ଦ୍ର ମୋଦୀଙ୍କ ପ୍ରତିଜ୍ଞା ଅଟେ ।

Get real time updates directly on you device, subscribe now.