fbpx

୯ରେ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହି ଲଘୁଚାପ ଓଡିଶା ଓ ଉତ୍ତର ଆନ୍ଧ୍ର ଆଡକୁ ମୁହାଁଇବ । ୧୦ରୁ ୧୧ ତାରିଖ ବେଳକୁ ଏହା ଅବପାତର ରୂପ ନେଇପାରେ । ଅକ୍ଟୋବର ୧୧ରୁ ୧୩ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.