fbpx

(ଭିଡ଼ିଓ )ତଳ ମହଲାରେ ବାଇକ୍ ଶୋ ରୁମ୍ ଆଉ ଉପରେ ଚାଲିଛି ଦେହ ବ୍ୟାପାର,ପୁଣି ଠାବ ହେଲା ଆଉ ଏକ ସେକ୍ସ ରାକେଟ

ବ୍ରହ୍ମପୁର: ତୁଳସୀ ନାମ ରେ କଳଙ୍କ ଛିଟା । ବ୍ରହ୍ମପୁରରେ ପୁଣି ଠାବ ହୋଇଛି ସେକ୍ସ ରାକେଟ । ସହରର ପ୍ରମୁଖ ଛକ ଟାଟାବେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟାପାର । ଦୀର୍ଘଦିନ ଧରି ଚାଲିଥିବା ଦେହ ବ୍ୟାପାର ରାକେଟ ଉପରୁ ପରଦା ଫାର୍ସ କରିଛନ୍ତି ବ୍ରହ୍ମପୁର ଏସପି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନିଜେ ଏସପି ବାଇକ ଯୋଗେ ଘଟଣାସ୍ଥଳକୁ ପହଞ୍ଚିଥିଲେ । ଆଉ ସେଠାରେ ଚାଲୁଥିବା ସେକ୍ସ ରାକେଟ ର ଖୁଲାସା କରିଥିଲେ ।

ସୂଚନାମୁତାବକ ଗେଷ୍ଟ ହାଉସରେ ଦେହ ବେପାର ଚାଲିଥିବା ଦେଖି ବ୍ରହ୍ମପୁର ଏସପି ନୂଆଗାଁ ଓ ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ। ପୁଲିସ ଟିମ୍‌ ଗେଷ୍ଟ ହାଉସରେ ଚଢ଼ାଉ କରି ୧୦ଜଣ ଗ୍ରାହକ ସହ ୪ଜଣ ସୁନ୍ଦର ଦେହଜୀବୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏହି ଗେଷ୍ଟ ହାଉସର ତଳ ମହଲାରେ ବାଇକ୍ ଶୋ ରୁମ୍ ଚାଲିଥିବା ବେଳେ ଉପର ମହଲାରେ ଚାଲିଥିଲା ଦେହ ବେପାର। ତେବେ ଏହି ସେକ୍ସ ରାକେଟ୍ କିଏ ଚଲାଉଥିଲା ଓ ରାକେଟର ଚେର କେତେ ଲମ୍ବା ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଦେଇଛି । ଜନଗହଳି ପୂର୍ଣ୍ଣ ସ୍ଥାନ ହେଇଥିବା ସହ ଆଗରେ ବାଇକ୍ ଶୋରୁମ ଥିବାରୁ ବିନା କୌଣସି ଚିନ୍ତାରେ ଏହି ରାକେଟ ଚାଲିଥିଲା । ବର୍ତ୍ତମାନ ପୋଲିସ ଏହି ଘଟଣା ପଛରେ ସାମିଲଥିବା ବଡ଼ ବଡ ବଡ଼ୁଆଙ୍କୁ ବାହାର କୁ ଆଣିବାକୁ ତଦନ୍ତ ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.