fbpx

ବିଗିଡ଼ିଲା ଆପଲ୍ କୋ-ଫାଉଣ୍ଡର Steve Wozniakଙ୍କ ସ୍ୱାସ୍ଥ୍ୟ, ଏହି କାରଣରୁ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଆପଲ୍ କୋ-ଫାଉଣ୍ଡର ବା ସହ-ପ୍ରତିଷ୍ଠାତା ଷ୍ଟିଭ୍ ୱୋଜନାଇକଙ୍କର ଅଚାନକ୍ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ ବୁଧବାର ମେକ୍ସିକୋ ସିଟିରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ରଏଟର୍ସ ରିପୋର୍ଟ ଅନୁଯାୟୀ, ସମ୍ଭାବ୍ୟ ଷ୍ଟ୍ରୋକ୍ ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆପଲ୍ ର ସହ-ପ୍ରତିଷ୍ଠାତା ୭୩ ବର୍ଷୀୟ ଷ୍ଟିଭ୍ ୱୋଜନାଇକ୍ ମେକ୍ସିକୋର ରାଜଧାନୀର ସାଣ୍ଟା ଫେ ପଡ଼ିଆରେ ଏକ ବିଶ୍ୱ ବ୍ୟବସାୟ ଫୋରମ୍ ଇଭେଣ୍ଟରେ ଭାଗ ନେବାକୁ ଆସିଥିଲେ । ସ୍ଥାନୀୟ ସମୟ ଅନୁଯାୟୀ, ସେ ୪.୨୦ ମିନିଟରେ ଏହି ଫୋରମରେ ଏକ ଭାଷଣ ଦେବାକୁ ଯାଉଥିଲେ, କିନ୍ତୁ ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ କେଉଁ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

୧୯୭୬ ରେ ଆରମ୍ଭ ହୋଇଥିଲା କମ୍ପାନୀ:-
ବିଜନେସ୍ ପାର୍ଟନର ଷ୍ଟିଭ୍ ଜବ୍ସଙ୍କ ସହ ୧୯୭୬ ରେ ଷ୍ଟିଭ୍ ୱୋଜନାଇକ୍ ଆପଲ୍ ପ୍ରତିଷ୍ଠା କରିଥିଲେ । ଏହାର ଉତ୍କୃଷ୍ଟ ବୈଷୟିକ ଶକ୍ତି ଉପରେ ଏହି କମ୍ପାନୀ ଲଗାତାର ଭାବରେ ନୂଆ ଉଚ୍ଚତା ହାସଲ କରିଛି ଏବଂ ଆଜି ଏହା ଦୁନିଆର ଅନ୍ୟତମ ମୂଲ୍ୟବାନ କମ୍ପାନୀ । ଏହା ଗ୍ରାହକଙ୍କ ପାଇଁ ଆଇଫୋନ୍, ଆଇପ୍ୟାଡ୍ ପରି ଅନେକ ଇଲେକ୍ଟ୍ରୋନିକ୍ ଉପକରଣ ପ୍ରସ୍ତୁତ କରୁଛି ।

Get real time updates directly on you device, subscribe now.