ସହିପାରିଲେନି ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ: ଆତ୍ମହତ୍ୟା କଲେ ପରାଜିତ ପ୍ରାର୍ଥୀନୀଙ୍କ ସ୍ୱାମୀ

ସଂସାର ଉଜାଡ଼ିଦେଲା ରାଜନୀତି । ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟଙ୍କୁ ସହି ନ ପାରି ଆତ୍ମହତ୍ୟା କଲେ ପରାଜିତ ପ୍ରାର୍ଥୀନୀଙ୍କ ସ୍ୱାମୀ, ସ୍ତ୍ରୀ ମଧ୍ୟ ପିଇଦେଲେ ବିଷ । ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇପଡ଼ିଛନ୍ତି । ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ ମରାକୁ ନେଇ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ôଥନୀଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିବା ବେଳେ ପ୍ରାର୍ଥୀନୀ ବିଷ ପିଇ ଗୁରୁତର ହୋଇପଡ଼ିଛନ୍ତି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ ଘଟିଛି ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ଚଳିତ ନିର୍ବାଚନରେ ସମିତି ସଭ୍ୟା ନର୍ବାଚନରେ ସୁମତି ପରିଡ଼ା ହାରିଯାଇଥିଲେ । ଗତକାଲି ବିଜୟୀ ପ୍ରାର୍ଥୀଙ୍କ ଶୋଭାଯାତ୍ରା ସୁମତିଙ୍କ ଘର ନିକଟରେ ଯାଉଥିବା ସମୟରେ ପରାଜିତ ପ୍ରାର୍ଥୀ ସୁମତିଙ୍କ ସ୍ୱାମୀ ରମାକାନ୍ତଙ୍କୁ ବିଜୟୀ ପ୍ରାର୍ଥୀ କମେଣ୍ଟ ମାରିଥିଲେ । ଏଥିରେ ଅପମାନିତ ହୋଇ ରମାକାନ୍ତ ଘରେ ଝଗଡ଼ା କରିଥିଲେ । କାହିଁକି ନିର୍ବାଚନରେ ଛିଡ଼ା ହେଉଥିଲୁ କହି ସ୍ତ୍ରୀ ସୁମତିଙ୍କୁ ସେ ଗାଳି ଦେଇଥିଲେ । ଏଥିରେ ମ୍ରିୟମାଣ ହୋଇ ସୁମତି ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି । ସ୍ତ୍ରୀ ବିଷ ପିଇ ଗୁରୁତର ହେବା ଦେଖି ରମାକାନ୍ତ ଫାଶି ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ରମାକାନ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷେ ଗୁରୁତର ସୁମତିଙ୍କୁ ଚିକିତ୍ସା ପାଇଁ କଟକ ପଠାଯାଇଛି । ଘଟଣାକୁ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।