fbpx

ମୈଦାନରେ ପଛଘୁଞ୍ଚା ଦେଲେ ବିଜେପି ପ୍ରାର୍ଥୀ, ନିର୍ଦ୍ୱନ୍ଦରେ ବିଜୟ ହାସଲ କଲେ ଆପର ଶେଲୀ ଓବେରୋଇ

ନୂଆଦିଲ୍ଲୀ: ପୂର୍ବଥର ଭଳି ଦିଲ୍ଲୀର ମେୟର ଏବଂ ଡେପୁଟି ମେୟର ନିର୍ବାଚନରେ ଯେଉଁଭଳି ବିଶୃଙ୍ଖଳା ସୃଷ୍ଟି ହୋଇଥିଲା, ବର୍ତ୍ତମାନ ସେପରି କିଛି ନ ଘଟି ଶାନ୍ତି ଶୃଙ୍ଖଳାରେ ମେୟର ନିର୍ବାଚନ ସଂପର୍ଣ୍ଣ ହୋଇଛି । ଏହାର ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ ଦିଲ୍ଲୀରେ ମେୟର ନିର୍ବାଚନ ଦ୍ୱାରା ବିଜେପି ଦଳର ଆଶାବାଦୀ ଶିଖା ରାୟ ନିଜ ନାମ ପ୍ରତ୍ୟାହାର କରିଥିଲେ । ଏହାସହ ଆମ ଆଦମୀ ପାର୍ଟୀର ଶେଲୀ ଓବେରୋଇ ଦିଲ୍ଲୀର ମେୟର ହୋଇଯାଇଛନ୍ତି ।ବୁଧବାର ଦିନ ମେୟର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ବିଜେପି ମେୟର ଏବଂ ଡେପୁଟି ମେୟର ଦୁଇଜଣଙ୍କ ଆଶାବାଦୀ ପ୍ରାର୍ଥୀଙ୍କ ନାମ ପ୍ରତ୍ୟାହାର କରିଛନ୍ତି।

ସୂଚନା ଅନୁସାରେ, ନିର୍ବାଚନର ଅଂଶୀଦାର ହେବାକୁ ଏମସିଡି ଗୃହରେ ପହଁଚିଥିଲେ ବିଜେପି ପ୍ରାର୍ଥୀ ଶିଖା ରାୟ, ହେଲେ ଭୋଟିଂ ପୂର୍ବରୁ ସେ ନିଜ ନାମ ପ୍ରତ୍ୟାହାର କରିଛନ୍ତି । ଏହାପରେ ଆପ ଦଳର ପ୍ରାର୍ଥୀ ଶେଲୀ ଓବେରୋଇଙ୍କୁ ମେୟର ଭାବେ ଘୋଷଣା କରାଯାଇଛି । ନାମ ପ୍ରତ୍ୟାହାର ପରେ ଶିଖା ରାୟ କହିଛନ୍ତି ଯେ, ‘ ନିଗମର ସ୍ଥାୟୀ ସମିତିକୁ ଗଠନ କରିବାକୁ ଦିଅନ୍ତୁ । ଯେଉଁମାନେ ଭୋଟ ଦେବା ପାଇଁ ଆସିଥିଲେ ସେମାନଙ୍କୁ ଅନେକ ଧନ୍ୟବାଦ ।’

ଶେଲୀ ଓବେରୋଇ ଆଜି ଦ୍ୱିତୀୟ ଥର ପାଇଁ ଦିଲ୍ଲୀର ମେୟର ରୂପେ ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ୨୨ ଫେବୃଆରୀ ଦିନ ଦିଲ୍ଲୀର ମେୟର ଭାବେ ଚୟନ ହୋଇଥିଲେ । ସେ ବିଜେପିର ରେଖା ଗୁପ୍ତାଙ୍କୁ ମାତ୍ର ୩୪ ଅନ୍ତରରରେ ହରାଇଥିଲେ । ଶେଲୀ ଓବେରୋଇଙ୍କୁ ସମୁଦାୟ ୨୬୬ ଭୋଟରୁ ୧୧୬ ଭୋଟ ମିଳିଥିଲା । ବିଜେପି ପ୍ରାର୍ଥୀଙ୍କ ନାମ ପ୍ରତ୍ୟାହାର କରିବା ପରେ ପ୍ରିଜାଇଡିଂ ଅଫିସର ମୁକେଶ ଗୋୟଲ ଡା, ଶେଲୀ ଓବେରୋଇଙ୍କୁ ମେୟର ରୂପେ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.