fbpx

ଭୋଜନ ପରେ ଫଳ ସେବନ କରୁଛନ୍ତି କି ? ହୋଇପାରେ ଏହି ସମସ୍ୟା…

ଓଡ଼ିଶା ଭାସ୍କର: ସୁସ୍ଥ ଶରୀର ପାଇଁ ପୁଷ୍ଟିକର ଏବଂ ସନ୍ତୁଳିତ ଭୋଜନ ଆବଶ୍ୟକ ହୋଇଥାଏ । ଏହା ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଫଳରେ ଭିଟାମିନ, ପ୍ରୋଟିନ୍, ମିନେରାଲ୍ସ ଭଳି ବିଭିନ୍ନ ପୋଷକ ତତ୍ୱ ରହିଛି ଯାହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ଶକ୍ତି ଯୋଗାଇଥାଏ । ତେଣୁ ଫଳର ନିୟମିତ ସେବନ କରିବା ଉଚିତ । ଅନେକ ସମୟରେ ଦେଖାଯାଏ ଯେ ଲୋକମାନେ ଭୋଜନ ପରେ ଫଳର ସେବନ କରିଥାନ୍ତି । କିନ୍ତୁ ଆୟୁର୍ବେଦ ଅନୁଯାୟୀ ଫଳ ସେବନ କରିବାର ବି ଉଚିତ ସମୟ ଏବଂ ମାତ୍ରା ବିଷୟରେ ଧ୍ୟାନ ଦେବା ଉଚିତ । ଏହା ସହ ଭୋଜନ ସହ ଏବଂ ପରେ ଫଳାହାର କରିବା ଠାରୁ ଦୂରେଇ ରହିବା ଉଚିତ । ତେବେ ଆସନ୍ତୁ ଜାଣିବା ଭୋଜନ ପରେ ଫଳାହାର କରିବାର କ’ଣ ସବୁ ପାଶ୍ୱର୍ପ୍ରତିକ୍ରିୟା ରହିଛି ।

୧. ଏସିଡିଟି ସମସ୍ୟା: ସାଇଟ୍ରସ୍ ଫଳଗୁଡ଼ିକରେ ଅମ୍ଳର ମାତ୍ରା ଅଧିକ ଥାଏ । ତେଣୁ ଭୋଜନର ତୁରନ୍ତ ପରେ ଫଳାହାର କରିବା ପାଚନ ପ୍ରକ୍ରିଆରେ ବାଧା ସୃଷ୍ଟି କରିଥାଏ । ତା’ ପରେ ଏସିଡିଟି କାରଣରୁ ଅପଚ, ଛାତିରେ ଯନ୍ତ୍ରଣା ଭଳି ବିିଭିନ୍ନ ଲକ୍ଷଣ ଦେଖାଯାଇଥାଏ । ଏହା ସହ ଗେଷ୍ଟ୍ରୋଇଣ୍ଟେଷ୍ଟାଇନାଲ ସମସ୍ୟା ମଧ୍ୟ ଦେଖାଯାଏ ।

୨. ପୁଷ୍ଟିକର ଅବଶୋଷଣରେ ବିଳମ୍ବ: ଭୋଜନର ତୁରନ୍ତ ପରେ ଫଳାହାର କରିବା ଦ୍ୱାରା ପୋଷକ ତତ୍ୱର ଅବଶୋଷଣ(absorption of nutrients)ରେ ବାଧା ସୃଷ୍ଟି କରିଥାଏ । ଏହା ସହ ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ୱ ମିଳି ନଥାଏ ଏବଂ ଫଳାହାର କରିବାର ବି କୌଣସି ଫାଇଦା ହୋଇନଥାଏ ।

୩. ବିଷାକ୍ତ ପଦାର୍ଥ: ଭୋଜନ ପରେ ଫଳାହାର କରିବା ଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବା ଯୋଗୁଁ ପିମ୍ପଲ୍ସ, ସୋରିଆସିସ୍, Eczema ଭଳି ତ୍ୱଚା ଜନିତ ସମସ୍ୟା ଦେଖାଦେଇଥାଏ ।

ଆୟୁର୍ବେଦ ଅନୁଯାୟୀ ଭୋଜନ କରିବା ପୂର୍ବରୁ ଫଳାହାର କରିବା ଉଚିତ । ବିଶେଷ କରି ୧ରୁ ୨ ଘଣ୍ଟା ପୂର୍ବରୁ ଫଳ ସେବନ କରିବା ଲାଭଦାୟକ ହୋଇଥାଏ । ସେହିପରି ସନ୍ଧ୍ୟା ସମୟରେ ଫଳାହାର କରିବା ଦ୍ୱାରା ନିଦ୍ରା ଏବଂ ପାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ସୂର୍ଯ୍ୟାସ୍ତ ପରେ ମେଟାବଲିଜିମର ଗତି କ୍ଷୀଣ ହୋଇଥାଏ ।

Get real time updates directly on you device, subscribe now.