fbpx

ପିରିୟଡ୍ ସମୟରେ ଆଚାର ଖାଉଛନ୍ତି କି ? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଜୀବନଶୈଳୀରେ ପରିବର୍ତ୍ତନ ଦେଖାଦେଇଛି । ଅତ୍ୟାଧିକ ଷ୍ଟ୍ରେସ୍ ଓ ଅନିଦ୍ରା ଯୋଗୁଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ବିଶେଷ କରି ମହିଳାଙ୍କୁ ପିରିୟଡ୍ ସମୟରେ ଅଧିକ ଯତ୍ନବାନ ହେବାକୁ ପଡ଼ିଥାଏ । ଏହି ସମୟରେ ସେମାନଙ୍କୁ ଖଟା କିମ୍ବା ଆଚାର ଖାଇବାକୁ ମନା କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏନେଇ କ’ଣ କୁହନ୍ତି ଏକ୍ସପର୍ଟ ।

୧. ପେଟ ଯନ୍ତ୍ରଣା ଓ ଫୁଲା: ପିରିୟଡ୍ ସମୟରେ ଖଟା ଜିନିଷ କିମ୍ବା ଆଚାର ଖାଇଲେ ଏସିଡିଟି ସମସ୍ୟା ଦେଖାଦେଇଥାଏ । ଫଳରେ ପେଟରେ ଯନ୍ତ୍ରଣା ସହ ଅସହଜ ଅନୁଭବ ହୋଇଥାଏ । ଏହି ସମୟରେ କମ୍ ତେଲ, ମସଲାଯୁକ୍ତ, ପୁଷ୍ଟିରକର ଏବଂ ହାଲୁକା ଆହାର ସେବନ କରିବା ଉଚିତ ।

୨. ପାଚନ ପ୍ରକ୍ରିୟା: ଆଚାର ଏବଂ ଖଟା ଜିନିଷରେ ମସଲା ଏବଂ ଏସିଡ ରହିଛି ଯାହା ପାଚନ ପ୍ରକ୍ରିୟାରେ ବାଧା ଉତ୍ପନ୍ନ କରିଥାଏ । ପିରିୟଡ୍ ସମୟରେ ପାଚନ ତନ୍ତ୍ର ସମ୍ବେଦନଶୀଳ ଥାଏ । ତେଣୁ ଯେତେଦୂର ସମ୍ଭବ ଖଟା ଜିନିଷ ସେବନ କରିବା ଠାରୁ ଦୂରେଇ ରହିବା ଉଚିତ ।

୩. ତ୍ୱଚା ଉପରେ ପ୍ରଭାବ: ପିରିୟଡ୍ ସମୟରେ ହର୍ମୋନାଲ ପରିବର୍ତ୍ତନ ଦେଖାଯାଇଥାଏ । ଫଳରେ ମୁହଁରେ ବ୍ରଣ ହୋଇଥାଏ । ଆଚାର ଏବଂ ଖଟା ଜିନିଷ ଖାଇବା ଦ୍ୱାରା ସମସ୍ୟା ଆହୁରି ବଢ଼ିଥାଏ । ହେଲ୍‌ଦୀ ଏବଂ ଗ୍ଲୋଇଂ ତ୍ୱଚା ପାଇଁ ଏହି ସବୁ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

୪. ମୁଡ୍ ସ୍ୱିଙ୍ଗ୍‌: ସାଧାରଣତଃ ପିରିୟଡ୍ ସମୟରେ ମୁଡ୍ ସ୍ୱିଙ୍ଗ୍ ହୋଇଥାଏ । ଏହି ସମୟରେ ଅଧିକ ଆଚାର କିମ୍ବା ଖଟା ଜିନିଷ ଖାଇଲେ ଏସିଡିଟି କାରଣରୁ ଅସହଜ ଅନୁଭବ କରିଥାନ୍ତି ମହିଳା ।

– ପିରିୟଡ୍ ସମୟରେ ହାଲୁକା ଆହାର ସେବନ କରନ୍ତୁ ।

– ଫଳ ଏବଂ ସବୁଜ ପନିପରିବା ଅଧିକ ମାତ୍ରାରେ ଖାଆନ୍ତୁ ।

– ଅଧିକ ମସଲାଯୁକ୍ତ ଆହାର ସେବନ କରିବା ଠାରୁ ଦୂରେଇ ରୁହନ୍ତୁ ।

– ନିଜକୁ ହାଇଡ୍ରେଟ୍ ରଖନ୍ତୁ ।

Get real time updates directly on you device, subscribe now.