fbpx

ଚା’ ଓ କଫି ସହ ଔଷଧ ସେବନ କରୁଛନ୍ତି କି ? ଏହି ୫ଟି ଔଷଧ ସେବନ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନିୟମିତ ଜୀପନ ଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ କୌଣସି ନା କୌଣସି ସ୍ୱାସ୍ଥ୍ୟ ସମସ୍ୟା ସହ ଲଢ଼ୁଛନ୍ତି । ଏହାର ଏକ ପ୍ରମୁଖ କାରଣ ହେଉଛି ଷ୍ଟ୍ରେସ୍ । ସେଥିପାଇଁ ଅନେକ ସମୟରେ ବ୍ୟକ୍ତିଙ୍କୁ ଔଷଧର ସାହାରା ନେବାକୁ ପଡ଼ୁଛି । ଡାକ୍ତରମାନେ ଉଷୁମ ପାଣି କିମ୍ବା ଜୁସ୍ ସହ ଔଷଧ ସେବନ କରିବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ କିଛି ଲୋକମାନେ ଚାହା ଏବଂ କଫି ସହ ଔଷଧ ସେବନ କରିଥାନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

ଚାହା ଏବଂ କଫିରେ ମୁଖ୍ୟତଃ କାଫେନ୍, ନିକୋଟିନ୍, ଥିଓବ୍ରୋମାଇନ୍ ଭଳି ୫ଟି ଆଲ୍କଲାଇଡ୍ ରହିଛି । ଏହା ଔଷଧ ସହ ରିଆକ୍ଟ କରିବା ସହ ଏହାର ପ୍ରଭାବକୁ ହ୍ରାସ କରିଥାଏ । ତେବେ ଆସନ୍ତୁ ଜାଣିବା ଏପରି ୫ଟି ଔଷଧ ବିଷୟରେ ଯାହା ଡାକ୍ତରଙ୍କ ଅନୁଯାୟୀ ଚାହା କିମ୍ବା କଫି ସହ ସେବନ କରିବା ଉଚିତ ନୁହେଁ ।

୧. ଆଣ୍ଟିବାୟୋଟିକ୍ସ: ଚା’ ଏବଂ କଫିରେ ଥିବା ତତ୍ୱ ଆଣ୍ଟିବାୟୋଟିକ ଔଷଧର ପ୍ରଭାବକୁ କମ୍ କରିଥାଏ । ଏହା ସହ ସଂକ୍ରମଣର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।

୨. ପେନକିଲର: ଇବୁପ୍ରୋଫେନ୍ ଏବଂ ନେପରୋକ୍ସନ୍ ଭଳି ପେନକିଲର ଚା’ ଏବଂ କଫି ସହ ସେବନ କଲେ ପେଟରେ ଜଳା ପୋଡ଼ା ଏବଂ ଅଲସରର ଆଶଙ୍କା ଦେଖାଦେଇଥାଏ ।

୩. ଥାଇରଏଡ୍: ଚା’ ଏବଂ କଫି ସହ ଥାଇରାଏଡ୍ ଔଷଧ ସେବନ କରିବା ଦ୍ୱାରା ଏହାର ପ୍ରଭାବ କମିଯାଏ । ଫଳରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।

୪. ଆସ୍ଥମା: କାଫେନ୍ ଯୁକ୍ତ ପେୟରେ ବ୍ରୋଙ୍କୋଡାଇଲେଟର ଥାଏ ଯାହା ଆସ୍ଥମା ଔଷଧର ପ୍ରଭାବ କମ୍ କରିଥାଏ । ଫଳରେ ମୁଣ୍ଡ ବିନ୍ଧା, ପେଟ ଯନ୍ତ୍ରଣା ଏବଂ ଚିଡ଼ଚିଡ଼ାପଣ ଦେଖାଦେଇଥାଏ ।

୫. ଡାଇବେଟିସ୍: ଚା’ ଏବଂ କଫି ସହ ଡାଇବେଟିସ୍ ଔଷଧ ସେବନ କରିବା ଦ୍ୱାରା ଅନେକ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇଥାଏ ଏବଂ ଔଷଧର ପ୍ରଭାବ କିମିଯାଏ ।

Get real time updates directly on you device, subscribe now.