ସ୍ଥଗିତ ହେଲା NASA ର ଆର୍ଟେମିସ୍-୧ ଚନ୍ଦ୍ରମା ମିଶନ, ଜାଣନ୍ତୁ କ’ଣ କାରଣ…

ନୂଆଦିଲ୍ଳୀ: ଆମେରିକୀୟ ସ୍ପେସ ଏଜେନ୍ସୀ ସଂସ୍ଥା(ନାସା) ର ଆର୍ଟେମିସ-୧ ଚନ୍ଦ୍ରମା ମିଶନ(artemis-1 moon mission) ସ୍ଥଗିତ । ଏହାର ରକେଟରେ ଚାରିଟିରୁ ଗୋଟିଏ ଇଞ୍ଜିନରେ ତେଲ ଲିକ୍ କରିବା ପରେ ଏଥିରେ ତ୍ରୁଟି ଦେଖାଦେଇଥିଲା । ଯାହାପାରେ ଏହାର ଲଞ୍ଚିଂକୁ ରୋକାଯାଇଥିଲା । ତେବେ ଭାରତୀୟ ସମୟ ସନ୍ଧ୍ୟା ୬:୩ ରେ ହେବାକୁ ଥିବା ଲଞ୍ଚକୁ ସ୍ଥଗିତ କରାଯାଇଛି । ତେବେ ଏହାର ନୂଆ ଅପଡେଟ ସମୟ ଏପର୍ଯ୍ୟନ୍ତ କୁହାଯାଇନାହିଁ ।

ଏସଏଲଏସ ରକେଟ ୨୦୧୦ ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମାଙ୍କ କାର୍ଯ୍ୟକାଳ ସମୟରେ ତିଆରି ଆରମ୍ଭ ହୋଇଛି । ଏହି ସମୟରେ ‘କନ୍ସଲଟେସନ ପ୍ରୋଗ୍ରାମ୍’ ଜରିଆରେ ସେ ମହାକାଶ ଯାତ୍ରୀଙ୍କୁ ଚନ୍ଦ୍ରମାକୁ ପଠାଇବାକୁ ଚାହୁଥିଲେ । କିନ୍ତୁ ମିଶନରେ ବିଳମ୍ବ ହେତୁ ସରକାର ଏହାକୁ ବନ୍ଦ କରିଥିଲେ । ଏହାପରେ ଡୋନାଲ୍ଡ ଟ୍ରମ୍ପ୍ ୨୦୧୭ ରେ ଆର୍ଟେମିସ ମିଶନ ନାମରେ ଏହାକୁ ପୁନଃ ଲଞ୍ଚ କରିଥିଲେ ।

ଆର୍ଟେମିସ୍-୧ ର ଏକ ମାନବିହୀନ ମିଶନ ଅଟେ । ପ୍ରଥମ ଫ୍ଲାଇଟ ସହ ବୈଜ୍ଞାନିକଙ୍କ ଲକ୍ଷ୍ୟ ଏହା ଜାଣିବା ରହିଛି ଯେ ମହାକାଶ ଯାତ୍ରୀଙ୍କ ପାଇଁ ଚନ୍ଦ୍ରମାରେ ଠିକ୍ ସ୍ଥିତି ରହିଛି କି’ ନାହିଁ । ଏହା ସହ ମହାକାଶ ଯାତ୍ରୀ ଚନ୍ଦ୍ରକୁ ଯିବାପରେ ପୃଥିବୀକୁ ସୁରକ୍ଷିତ ଫେରିପାରିବେ ନା ନାହିଁ ଏହା ପରୀକ୍ଷା କରିବା । ନାସାର କହିବା ଅନୂଯାୟୀ, ଏସଏଲଏସ ମେଗାରକେଟ ଏବଂ ଓରିୟନ କ୍ରୁ କ୍ୟାପ୍ସୁଲ ଚନ୍ଦ୍ରମାରେ ପହଞ୍ଚିବେ । ସାଧାରଣତଃ କ୍ରୁ କ୍ୟାପ୍ସୁଲରେ ମହାକାଶ ଯାତ୍ରୀ ରହିଥାନ୍ତି, କିନ୍ତୁ ଏଥର ଏହା ଖାଲି ରହିବ ।

ଏହି ମିଶନ ୪୨ ଦିନ ୩ ଘଣ୍ଟା ଏବଂ ୨୦ ମିନିଟ୍ ର ରହିଛି, ଯାହାପରେ ଏହି କ୍ୟାପ୍ସୁଲ ପୃଥିବୀକୁ ଫେରିଆସିବ ।