fbpx

ଆଶା ଭୋସଲେଙ୍କ ସାନ ପୁଅ ଅନନ୍ଦଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ, ଗୁରୁତର ଅବସ୍ଥାରେ ଦୁବାଇର ଏକ ହସ୍ପିଟାଲରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ବଲିଉଡର ସୁନାମଧନ୍ୟା କଣ୍ଠ ଶିଳ୍ପୀ ଆଶା ଭୋଁସଲେ ପୁଅ ଆନନ୍ଦଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘତ। ଦୁବାଇକ ଏକ ହସ୍ପିଟାଲରେ ଆଇସିୟୁରେ ହେଲେ ଭର୍ତ୍ତି। ତେବେ ଆନନ୍ଦଙ୍କ କିଛି ଦିନ ହେବ ସ୍ୱାସ୍ଥ୍ୟ ଖରାପ ଥିଲା। ତେଣୁ ଦୁବାଇରେ ସାନ ପୁଅ ଅନନ୍ଦଙ୍କ ସହ ଆଶା ଭୋସଲେ ରହିଆସୁଥିଲେ। ହେଲେ ସେଠାରେ ଅଚାନକ ଆନନ୍ଦଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯିବାରୁ ଏବେ ପୁଅ ସହ ହସ୍ପିଟାଲରେ ଅଛନ୍ତି ଆଶା ଭୋଁସଲେ ।

ମିଡିଆ ରିପୋର୍ଟ ମୁତାବକ, ହଠାତ୍‌ ଆନନ୍ଦଙ୍କ ମୁଣ୍ଡ ବୁଲାଇବାରୁ ସେ ତଳେ ପଡିଯାଇଥିଲେ ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ତାଙ୍କ ଶରୀରରେ ମଧ୍ୟ କ୍ଷତ ସୃଷ୍ଟି ହୋଇଥିଲା । ତେଣୁ ତାଙ୍କୁ ଦୁବାଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କୁ ନର୍ମାଲ କ୍ୟାବିନକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।ଏବେ ଆଶା ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛନ୍ତି । ଅତୀତରେ ତାଙ୍କ ସହ ଅନେକ କିଛି ଦୁର୍ଘଟଣା ଘଟିଯାଇଛି । ତାଙ୍କର ୩ଜଣ ସନ୍ତାନ ଥିବାବେଳେ ବଡପୁଅ ହେମନ୍ତ ବଲିଉଡର ଜଣେ ସୁାମଧନ୍ୟ କଣ୍ଠଶିଳ୍ପୀ ଥିଲେ ଯିଏ ୨୦୧୫ରେ କ୍ୟାନସରରେ ପ୍ରାଣ ହରାଇଥିବା ବେଳେ ଝିଅ ବର୍ଷା ମଧ୍ୟ ୨୦୧୨ରେ ଆତ୍ମହତ୍ୟା କରିଥିଲେ । ନିକଟରେ ବଡ ଭଉଣୀ ଲତା ମଙ୍ଗେସ୍କରଙ୍କ ମୃତ୍ୟୁରେ ଆଶା ମାନସିକ ସ୍ତରରେ ଭାଙ୍ଗିଯାଇଥିଲେ । ଏହି ଆଘାତର ଯନ୍ତ୍ରଣା ମନରୁ ନଯାଉଣୁ ଏବେ ସାନ ପୁଅ ଆନନ୍ଦଙ୍କ ଅସୁସ୍ଥତା ତାଙ୍କୁ ଅଧିକ କଷ୍ଟ ଦେଉଛି । ପୁଅ ସୁସ୍ଥ ହେବା ଯାଏଁ ଆଶା ଦୁବାଇରେ ରହିବାର ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.