fbpx

‘ସୁସ୍ଥ ହୃଦୟ ଓ ହୃଦରୋଗ ନିରାକରଣ ଦିଗରେ ଅଶ୍ୱିନୀ ହସ୍ପିଟାଲ ପ୍ରତିବଦ୍ଧ’

ଭୁବନେଶ୍ୱର: ସେପ୍ଟେମ୍ବର ୨୯ ହେଉଛି ବିଶ୍ୱ ହୃଦୟ ଦିବସ । ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହୃଦରୋଗ ଓ ଏହାର ନିରାକରଣ ପାଇଁ ସାଧାରଣରେ ସଚେତନତା ବାର୍ତ୍ତା ଦେବା । ଏହି କ୍ରମରେ ଆଜି ଆଦିତ୍ୟ ଆଶ୍ୱିନୀ ହସ୍ପିଟାଲ ପକ୍ଷରୁ ଏକ ଓା୍ୱକାଥନ ଆୟୋଜିତ ହୋଇଯାଇଛି । ଏଥିରେ ୩୦୦ରୁ ଅଧିକ ପ୍ରତିଯୋଗୀ ଭାଗନେଇ ସୁସ୍ଥ ହୃଦୟ ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ଗୋଲକ ପ୍ରସାଦ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଅଭିନେତ୍ରୀ ବିଦୁସ୍ମିତା ଦାସ ମନ୍ତ୍ରୀ ଯୋଗଦେଇ ସଦସ୍ୟମାନଙ୍କୁ ସାମ୍ପ୍ରତିକ ଜଞ୍ଜାଳମୟ ଜୀବନରେ କେମିତି ହୃଦୟକୁ ସୁସ୍ଥ ରଖାଯାଇ ପାରିବ ସେ ସମ୍ପର୍କରେ ନିଜ ମତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅଶ୍ୱିନୀ ଗ୍ରୁପର ଅଧ୍ୟକ୍ଷ ଡ. ସୁବ୍ରତ ଜେନା ସଭାପତିତ୍ୱ କରି ତାଙ୍କ ହସ୍ପିଟାଲ କିଭଳି ଲୋକଙ୍କ ହୃଦରୋଗ ଦୂର ଦିଗରେ କାମ କରୁଛି ତାହା ବର୍ଣ୍ଣନା କରିଥିଲେ । ଏହି ଅବସରରେ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶିକା ମାୟା ଗନ୍ତାୟତ ଲୋକଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କହିବା ସହ ସନ୍ତୁଳିତ ଜୀବନଶୈଳୀ ଆପଣାଇବାକୁ ପରାମର୍ଶ ଦେଇଥିଲେ ।

ୱାକାଥନରେ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡ ସୀତାରଶ୍ମି ରଥ, ଡ ବିଶ୍ୱରଞ୍ଜନ ଜେନା, ହୃଦରୋଗ ହେବା ଆଗରୁ କିପରି ଏହାର ନିରାକରଣ କରାଯାଇ ପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିର ଡ ମାନସ ରଞ୍ଜନ ସ୍ୱାଇଁ, ସଞ୍ଜୟ ପଣ୍ଡା, ରିତେଶ ପୁହାଣଙ୍କ ପରି ହସ୍ପିଟାଲରେ ବହୁ ବରିଷ୍ଠ ସଦସ୍ୟ ସହଯୋଗ କରିଥିଲେ ।

Get real time updates directly on you device, subscribe now.