fbpx

ଏସିଆନ ଚାମ୍ପିୟନଶିପ୍ ହକି: ଜାପାନ ଠାରୁ ୩-୫ରେ ହାରିଲା ଭାରତ, ତୃତୀୟ ସ୍ଥାନ ପାଇଁ ପାକିସ୍ତାନକୁ ଭେଟିବ

Advertisement

ନୂଆଦିଲ୍ଳୀ: ଏସିଆନ ଚାମ୍ପିୟନଶିପ ହକି ଟୁର୍ଣ୍ଣାମେଣ୍ଟ ସେମି ଫାଇନାଲରେ ହାରିଲା ଭାରତ । ୩ ଥର ଚାମ୍ପିୟନ ରହିଥିବା ଭାରତ ୫-୩ ଗୋଲରେ ଜାପାନ ଠାରୁ ପରାଜିତ ହୋଇଛି । ସମାନ ଦଳକୁ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ୬-୦ରେ ପରାସ୍ତ କରିଥିଲା । ତୃତୀୟ ସ୍ଥାନ ପାଇଁ ଖେଳାଯିବାକୁ ଥିବା ମୁକାବିଲାରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ମଙ୍ଗଳବାରର ପ୍ରଥମ ମୁକାବିଲାରେ ଦକ୍ଷିଣ କୋରିଆ ୬-୫ରେ ପାକିସ୍ତାନକୁ ପରାସ୍ତ କରିଥିଲା ।

ମ୍ୟାଚରେ ଅଧିକାଂଶ ସମୟ ଭାରତ ବଲ ନିଜ ନିୟନ୍ତ୍ରଣରେ ରଖିଥିଲେ ହେଁ ଗୋଲ ସ୍କୋର କରିବାରେ ସଫଳ ହୋଇନଥିଲା । ଭାରତ ପ୍ରଥମ କ୍ୱାର୍ଟରରେ ହିଁ ଦୁଇଟି ଗୋଲ ବରଣ କରି ବ୍ୟାକ ଫୁଟରେ ରହିଥିଲା । ଉଭୟ ଦଳ ୬ଟି ଲେଖାଏଁ ପେନାଲ୍ଟି କର୍ଣ୍ଣର ପାଇଥିବା ବେଳେ ଭାରତ ମାତ୍ର ଗୋଟିଏ ପେନାଲ୍ଟି ଗୋଲ ସ୍କୋର କରିଥିଲା ଅନ୍ୟପକ୍ଷରେ ଜାପାନ ୫ଟି ପେନାଲ୍ଟି ଗୋଲ କରିଥିଲା । ଶୋଟା ୟାମାଡା(୧) ଏବଂ ରାଇକି ଫୁଜିଶିମା(୨) ପ୍ରଥମ ଦୁଇ ମିନିଟରେ ଦୁଇଟି ଗୋଲ ସ୍କୋର କରିଥିଲେ । ୟୋଶୋକି କ୍ରିଶିଟା (୨୯), କୋସେଇ କାୱବେ(୩୫) ଏବଂ ଉକା ର୍ୟୋମା(୪୧) ତମ ମିନିଟରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଅନ୍ତିମ କ୍ୱାର୍ଟର ସୁଦ୍ଧା ଭାରତ ୫-୧ରେ ପଛୁଆ ରହିଥିବା ବେଳେ ହରମନପ୍ରୀତ ସିଂ(୫୩) ଓ ହାର୍ଦ୍ଦିକ ସିଂ ଗୋଟିଏ ଲେଖାଏଁ ଗୋଲ କରିଥିଲେ ।

Get real time updates directly on you device, subscribe now.