fbpx

ଭାରତରେ ରହିଛି ଏସିଆର ସବୁଠୁ ସ୍ୱଚ୍ଛ ଗାଁ, ଘରେ ଘରେ ରହିଛି ଶୌଚାଳୟ, ପ୍ଲାଷ୍ଟିକ ବି ବ୍ୟାନ୍

ବିଗତ କିଛି ବର୍ଷରୁ ଭାରତରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ଜଳ ହେଉ କିମ୍ବା ବାୟୁ, ସବୁଥିରେ ପ୍ରଦୂଷଣ ବଢ଼ି ବଢ଼ି ଚାଲିଛି ଯାହାକୁ ନେଇ ପରିବେଶବିତମାନେ ଅନେକ ସମୟରେ ଚିନ୍ତା ପ୍ରକାଶ କରିଛନ୍ତି । କିନ୍ତୁ ଏହା କେବଳ ଗୋଟିଏ ପାର୍ଶ୍ୱ। ଅନ୍ୟ ପାର୍ଶ୍ୱରେ ଆମ ଦେଶର ଅନେକ ଭାଗ ସ୍ୱଚ୍ଛତାରେ ଭାରତରେ ହିଁ ନୁହେଁ ବରଂ ବିଦେଶରେ ଚର୍ଚ୍ଚିତ ହୋଇରହିଛି । ଆଜି ଆମେ ଆପଣଙ୍କୁ ଭାରତର ଏଭଳି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହା ଭାରତ ନୁହେଁ ବରଂ ଏସିଆର ସବୁଠୁ ସ୍ୱଚ୍ଛ ଗାଁର ମଧ୍ୟ ମାନ୍ୟତା ମିଳିଛି ।

“ଭଗବାନଙ୍କ ବଗିଚା’ ନାମରେ ପ୍ରସିଦ୍ଧ ଏହି ଗାଁର ନାମ ହେଉଛି ମଲିଙ୍ଗଙ୍ଗ ଯାହା ମେଘାଳୟରେ ଅବସ୍ଥିତ । ଏହି ଗାଁ ସିଲଙ୍ଗ ଠାରୁ ୭୮ କିଲୋମିଟର ଦୂରରେ ରହିଛି ଏବଂ ଏହାକୁ ଭାରତର ସବୁଠୁ ସ୍ୱଚ୍ଛ ଗାଁ ବୋଲି କୁହାଯାଏ । ଏହି ଗାଁକୁ ଡିସ୍କଭର ଇଣ୍ଡିଆ ତରଫରୁ ୨୦୦୩ ରେ ଏସିଆର ସବୁଠୁ ସଫା ଗାଁର ମାନ୍ୟତା ମିଳିଥିଲା । ସେବେଠାରୁ ଏହି ଗ୍ରାମ ନିଜର ସ୍ୱଚ୍ଛତା ବଜାୟ ରଖିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଯାହା ଏହି ଗାଁକୁ ସଫା ଏବଂ ଅଦ୍ୱିତୀୟ କରୁଛି ।

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଗ୍ରାମରେ ୨୦୦୭ ରୁ ପ୍ରତି ଘରେ ଶୌଚାଳୟର ବ୍ୟବହାର ହେଉଛି । ଅର୍ଥାତ କେହିବି ବ୍ୟକ୍ତି ଖୋଲାରେ ଶୌଚ କରିବାକୁ ଯାଆନ୍ତି ନାହିଁ । ଗାଁର ସବୁ ସ୍ଥାନରେ ବାଉଁଶରେ ନିର୍ମିତ ଡଷ୍ଟବିନ୍ ରହିଛି । ଗଛରୁ ଝଡ଼ୁଥିବା ଶୁଖିଲା ପତ୍ରକୁ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଡଷ୍ଟବିନ୍ ରହିଛି । ସବୁଠୁ ବଡ଼ କଥା ହେଉଛି ଗାଁରେ ପ୍ଲାଷ୍ଟିକ ବ୍ୟାଗ ସହ ସିଗାରେଟ ପିଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଠାକାର ନିୟମ ଏତେ କଠୋର ଯେ ଯଦି କେହି ଏହି ଜିନିଷ ବ୍ୟବହାର କରେ ତାଙ୍କ ଠାରୁ ଜରିମାନା ଆଦାୟ କରାଯାଇଥାଏ ।

ଗାଁର ଲୋକମାନେ ବାହାରୁ ଖତ କିମ୍ବା ସାର କିଣିନଥାନ୍ତି । ଜୈବିକ ଅଳିଆ ଦ୍ୱାରା ସେମାନେ ନିଜେ ଖତ ପ୍ରସ୍ତୁତ କରିଥାନ୍ତି ଏବଂ ଏହାକୁ ହିଁ ବ୍ୟବହାର କରିଥାନ୍ତି । ଏଠାକାର ଲୋକମାନେ କେବଳ ନିଜ ଘର ଝାଡ଼ୁ କରିନଥାନ୍ତି ବରଂ ବାହାରେ ରାସ୍ତାକୁ ମଧ୍ୟ ନିଜେ ସଫା କରିଥାନ୍ତି, ଆଉ ଗଛ ଲଗାଇବା ତ’ ଏଠାକାର ଲୋକମାନଙ୍କ ଜୀବନର ଏକ ପ୍ରମୁଖ ଅଂଶ । ଏହି ଗ୍ରାମରେ ଖାସୀ ଜନଜାତିର ଲୋକମାନେ ବସବାସ କରନ୍ତି ।

Get real time updates directly on you device, subscribe now.