fbpx

ଟେଷ୍ଟିଂ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି କରୋନାକୁ ନେଇ ରାଜ୍ୟ ସରକାର ସଜାଗ ଅଛନ୍ତି । ବତ୍ତର୍ମାନ ସୁଦ୍ଧା ୭୫୭୭ଜଣଙ୍କ ନମୁନା ପରୀକ୍ଷା କରାଯାଇ ସାରିଛି । ସେଥିମଧ୍ୟରୁ ଭୁବନେଶ୍ୱରରେ ୧୯୫୮ ପରୀକ୍ଷା କରାଯାଇଛି । ବର୍ତ୍ତମାନ ୭ଟି ଲାବରୋଟୋରିରେ ପରୀକ୍ଷା ଚାଲିଛି । ଭୁବନେଶ୍ୱର ଏକ ହଟସ୍ପଟ ବୋଲି ସେ କହିଛନ୍ତି । ତେଣୁ କରୋନା ପାଇଁ ଭୁବନେଶ୍ୱର ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ଟେଷ୍ଟିଂ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱରରେ ଟେଷ୍ଟିଂ ପାଇଁ କ୍ୟାମ୍ପ କରାଯିବାକୁ ଯୋଜନା କରାଯାଇଛି । ଭ୍ରାମ୍ୟମାଣ ମୋବାଇଲ୍ କ୍ୟାମ୍ପ ମଧ୍ୟ ଭୁବନେଶ୍ୱରରେ ଚାଲିବ । ୭ଦିନ ଭିତରେ ଆମେ ୫ହଜାର ଯାଏଁ ଟେଷ୍ଟିଂ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଯେଉଁମାନଙ୍କ ଗସ୍ତ ବିବରଣୀ ଅନ୍ୟ ରାଜ୍ୟ ଓ ବିଦେଶକୁ ରହିଛି ସେମାନେ ଟେଷ୍ଟିଂ କରିବେ । ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟ ଟେଷ୍ଟିଂ କରାଯିବାକୁ ଗୁରୁତ୍ୱ ଦିଆଯାଇଛି । ବୟସ୍କ ବ୍ୟକ୍ତିଙ୍କର ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯିବ । ଲୋକମାନଙ୍କ ସହଯୋଗ କାମନା କରି ସେ କହିଛନ୍ତି ଯେ ଆପଣଙ୍କୁ ଟେଷ୍ଟ କ୍ୟାମ୍ପକୁ ଆସିବାକୁ ପଡ଼ିବି ।
ଭୁବନେଶ୍ୱର ପାଇଁ ସରକାର ସ୍ୱତନ୍ତ୍ର ଷ୍ଟ୍ରାଟେଜି କରାଯାଇଛି । ସର୍ବସାଧାରଣରେ ଛେପ ପକାଇବା ଅପରାଧ । ଯଦି ଏହି ନିୟମକୁ ଯିଏ ଉଲ୍ଲଙ୍ଘନ କରିବେ ତେବେ ସେମାନେ ଅର୍ଥଦଣ୍ଡ ଦେବାକୁ ପଡ଼ିବ । ସର୍ବସାଧାରଣରେ ଛେପ ପକାଇଲେ ୨୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ । ତିନିଥରରୁ ଅଧିକ ଥର ଛେପ ପକାଇବେ ତେବେ ୫୦୦ଟଙ୍କା ଫାଇନ ଗଣିବାକୁ ପଡ଼ିବ । ସାରା ରାଜ୍ୟରେ ଏହି ଆଇନ ଲାଗୁ କରାଯିବ । ଅତିରିକ୍ତ ତହସିଲଦାର୍, ୱାର୍ଡ଼ ଅଫିସର ଓ ପୋଲିସଅଧିକାରୀ ଏହି ଦଣ୍ଡବିଧାନ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.