fbpx

ବଡ଼ ଖବର: ବନ୍ୟା ପାଇଁ ସ୍ଥଗିତ ହେଲା ASO ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବନ୍ୟା ପରିସ୍ଥିତି ଜାରି ରହିଛି, ଯାହାଫଳରେ ଲୋକମାନେ ଗମନାଗମନ ପାଇଁ ଅସୁବିଧା ଭୋଗୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ବନ୍ୟା ପାଇଁ ଏଏସଓ ଲିଖିତ ପରିକ୍ଷା ସ୍ଥଗିତ ହୋଇଛି । ଆସନ୍ତା ୨୧ରେ ହେବାକୁ ଥିବା ଏଏସଓ ପରୀକ୍ଷା ସ୍ଥଗିତ ହୋଇଛି ।

ତେବେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥିଗତ କରାଯାଇଥିବା କୁହାଯାଉଛି । ଅନ୍ୟାଦେଶ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷାର ପରିବର୍ତ୍ତିତ କାର୍ଯ୍ୟସୂଚୀ ବିଜ୍ଞପ୍ତି ମାଧ୍ୟମରେ ଜଣାଇଦିଆଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.