fbpx

କ୍ୟାନ୍ସର ପୀଡିତ ସ୍ତ୍ରୀର ମୃତ୍ୟୁ ଖବର ପାଇ ନିଜକୁ ଅଟକାଇ ପାରିଲେନି ଆଇପିଏସ ଅଧିକାରୀ, ହାରିଦେଲେ ପ୍ରାଣ

Advertisement

ଆସାମ: ଆସାମ ସରକାରଙ୍କ ଗୃହ ତଥା ରାଜନୈତିକ ବିଭାଗର ସଚିବ ଆଇପିଏସ୍ ଅଧିକାରୀ ଶିଳାଦିତ୍ୟ ଚେତିୟା ମଙ୍ଗବାର ଦିନ ଗୋହ୍ୱାଟୀରେ ଅତ୍ମହତ୍ୟା କରିଛନ୍ତି । ରିପୋର୍ଟ ମୁତାବକ ଏହି ଉଚ୍ଚ ପଦସ୍ତ ଅଧିକାରୀଙ୍କ ମୃତ୍ୟୁ ଗୋହ୍ୱାଟୀର ଏକ ପ୍ରାଇଭେଟ ହସ୍ପିଟାଲରେ ଘଟିଛି । ରାଜ୍ୟ ପୋଲିସଙ୍କ ସୂଚନା ଅନୁଯାୟୀ, ଯେତେବେଳେ ସେ ଶୁଣିବାକୁ ପାଇଲେ ହସ୍ପିଟାଲରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି, ସେତେବେଳେ ସେ ଏହି ପଦକ୍ଷେପ ନେଇଛି । ତାଙ୍କ ସ୍ତ୍ରୀ କ୍ୟାନ୍ସରରେ ପୀଡିତ ଥିଲେ ।

ଆଇପିଏସ ଅଧିକାରୀ ସଚିବ ଶିଳାଦିତ୍ୟ ଚେତିୟାଙ୍କ ମୃତ୍ୟୁକୁ ନେଇ ସମଗ୍ର ଆସାମ ପୋଲିସ ପରିବାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବୋଲି ଡିଜିପି ସିଂହ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.