CHARIDHAM

ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ: ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ପ୍ରତିବାଦ

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ଆରମ୍ଭରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ ଏହାର ପ୍ରତିବାଦ କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ସମାୟେର କଂଗ୍ରେସ, ପୋଡ଼ିୟମ ତଳେ ଛିଡ଼ା ହୋଇ ପ୍ରତିବାଦ ଜଣାଇଥିଲା। ସେହିଭଳି ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିଜେପି ଗୃହ ତ୍ୟାଗ କରିଛି।

କଂଗ୍ରେସ ସଦସ୍ୟ, ନବ ଦାସ ହତ୍ୟାକାଣ୍ଡ ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ପ୍ରତିବାଦ ଜଣାଇଥିଲେ। ନିଜ ଆସନରେ ଛିଡ଼ାହୋଇ ପ୍ରତିବାଦ ଜଣାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ ପରେ ବିଜେପି ସଦସ୍ୟ ବିଧାନସଭା କକ୍ଷ ପ୍ରବେଶ ପଥରେ ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି।