fbpx

OPSC ପକ୍ଷରୁ ସୂଚନା: ଆସିଷ୍ଟାଣ୍ଟ ମତ୍ସ୍ୟ ଅଧିକାରୀ ଲିଖିତ ପରୀକ୍ଷା ତାରିଖ ଘୋଷଣା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ମତ୍ସ୍ୟ ଅଧିକାରୀ, ଗ୍ରୁପ-ବି ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ଜୁଲାଇ ମାସ ୨୧ ତାରିଖ (ରବିବାର) ଦିନ କଟକ ଜୋନରେ ଏହି ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ପକ୍ଷରୁ ନିଷ୍ପତ୍ତି ନିଆଯିବା ସହିତ ପରୀକ୍ଷାର ପ୍ରୋଗ୍ରାମ ଜାରି କରାଯାଇଛି । ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

ପ୍ରଥମ ଶିଟିଂ ସକାଳ ୯.୩୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ସେହିପରି ଦ୍ୱିତୀୟ ଶିଟିଂ ଦ୍ୱିପ୍ରହର ୧.୩୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ଉଭୟ ପେପର-୧ ଓ ପେପର-୨ରେ ଅବଜେକ୍ଟିଭ୍ ଓ ସବଜେକ୍ଟିଭ୍ ପ୍ରଶ୍ନପତ୍ର ରହିବ । ପରୀକ୍ଷା ବାବଦରେ ଅପଡେଟ୍ ପାଇବା ପାଇଁ ନିୟମିତ ଭାବେ ୱେବସାଇଟ୍ ଚେକ୍ କରିବାକୁ ପ୍ରାର୍ଥୀଙ୍କୁ ଓପିଏସସି ପକ୍ଷରୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.