କାଳ ହେଲା ଋଣ ଭାର, ସ୍ୱାମୀ, ସ୍ତ୍ରୀ ଓ ପୁଅଙ୍କ କଲେ ସମୁହ ଆତ୍ମହତ୍ୟା

ହାଇଦ୍ରାବାଦ: ଋଣ ଟଙ୍କା ପରିଶୋଧ କରି ନ ପାରି ଶେଷରେ ଜୀବନ ହାରିବା ପାଇଁ ଚରମ ନିଷ୍ପତ୍ତି ନେଲେ ପରିବାର ସଦସ୍ୟ । ଏପରି ଏକ ଅଭାବନୀୟ ଘଟଣା କ୍ରମେ ଗୋଟିଏ ପରିବାରର ୩ ଜଣ ଆତ୍ମହତ୍ୟା କରିଛନ୍ତି । ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ପେଡାନା ଅଞ୍ଚଳରେ ଏହି ଘଟଣା ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଅନ୍ୟ ଠାରୁ ଆଣିଥିବା ଋଣ ଟଙ୍କା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ସୁଝିବାକୁ ଅସମର୍ଥ ହୋଇ ଏଭଳି ଚରମ ପଦକ୍ଷେପକୁ ଆପଣେଇ ନେଲେ । ସ୍ଥାନୀୟ ପେଡାନା ଟାଉନ୍‌ର ୧୭ ନମ୍ବର ୱାର୍ଡ଼ରେ ରହୁଥିବା କସମ ପାଡମାନାଭାମ, ସ୍ତ୍ରୀ ନାଗା ଲିଳାବତୀ ଏବଂ ପୁଅ ରାଜା ନଗେନ୍ଦ୍ରମ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି । ସର୍କଲ ଇନ୍ସପେକ୍ଟର ଭିରାୟା ଗୌଡ଼ାଙ୍କ କହିଛନ୍ତି ଯେ ଏହି ଘଟଣା ନେଇ ଏକ ମାମଲା ରୁଜୁ କରାଯିବ । କାରଣ ଏହା ଆତ୍ମହତ୍ୟାଜନିତ ମାମଲା କିମ୍ବା ଅନ୍ୟକିଛି କାରଣ ରହିଛି ତାହା ଅନୁଧ୍ୟାନ କରାଯିବ ।